ଆଜି ମାଆ ଶୈଳପୁତ୍ରୀଙ୍କୁ କରାଯିବ ପୂଜାର୍ଚ୍ଚନା : ଜାଣନ୍ତୁ ପୂଜା ବିଧି ଏବଂ ମନ୍ତ୍ର ବିଷୟରେ

Published By : Prameya-News7 Bureau | September 29, 2019 IST

ଆଜି ନବରାତ୍ରିର ପ୍ରଥମ ଦିନ। ଆଜି ଦିନରେ ଦେବୀ ଶୈଳପୁତ୍ରୀଙ୍କ ରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ସମସ୍ତ ଭକ୍ତଗଣ ଘଟ ସ୍ଥାପନା କରି ଶୈଳପୁତ୍ରୀଙ୍କ ରୂପକୁ ପୂଜା କରି ତାଙ୍କ ଜୀବନର ସମସ୍ତ ମନସ୍କାମନା ପୂରଣ କରିବାର ଆଶୀର୍ବାଦ ଚାହିଁଥାଆନ୍ତି। ଆପଣଙ୍କୁ ଏହାର ପୂର୍ଣ୍ଣ ଲାଭ ମିଳିବା ପାଇଁ ଆଜି ଆମେ ମାଆ ଶୈଳପୁତ୍ରୀଙ୍କ ପୂଜାବିଧି ଏବଂ ମନ୍ତ୍ର ପାଠ ବିଷୟରେ ଜାଣିବା।

wp:list
  • ମାଆ ଶୈଳପୁତ୍ରୀଙ୍କ ଫଟୋ ସ୍ଥାପନ କରନ୍ତୁ ଏବଂ ଏହା ତଳେ କାଠର ଆସ୍ଥାନ ଉପରେ ଲାଲ ବସ୍ତ୍ର ବିଛାନ୍ତୁ। ଏହା ଉପରେ କେଶର ଦ୍ବାରା ଶଂ ଲେଖନ୍ତୁ ଏବଂ ଏହା ଉପରେ ମନସ୍କାମନା ପୂରଣ ମାଳି ରଖନ୍ତୁ। ଏହା ପରେ ହାତରେ ନାଲି ଫୁଲ ନେଇ ଶୈଳପୁତ୍ରୀଙ୍କ ପୂଜା କରନ୍ତୁ। ମନ୍ତ୍ରଟି ହେଉଛି - ‘ଓଁ ଏଁ ହ୍ରୀଁ କ୍ଲୀଁ ଚାମୁଣ୍ଡାୟ ବିଚ୍ଚେ ଓମ୍ ଶୈଳପୁତ୍ରୀ ଦେବୈ ନମଃ‘।
  • ମନ୍ତ୍ର ସହିତ ଫୁଲ ,ମାଳି ଏବଂ ମାଆଙ୍କ ଫଟୋ ଉପରେ ରଖି ଦିଅନ୍ତୁ। ଏହା ପ​‌ରେ ଭୋଗ ,ପ୍ରସାଦ ଅର୍ପଣ କରନ୍ତୁ। ମାଆ ଶୈଳପୁତ୍ରୀଙ୍କ ମନ୍ତ୍ର ଜପ କରନ୍ତୁ। ଏହି ଜପ ଅତି କମରେ ୧୦୮ଥର କରିବେ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.