ଦେଶର ପ୍ରଥମ କରୋନା ଭାଇରସ ଆକ୍ରାନ୍ତ ଏବ ସୁସ୍ଥ, ଖୁବ୍ ଶିଘ୍ର ଘରକୁ ଫେରିବେ

Published By : Prameya-News7 Bureau | February 10, 2020 IST

ତ୍ରିଭେନ୍ଦ୍ରମ୧୦/୨: ଚୀନ୍‌ରେ କରୋନା ଭାଇରସ ସଂକ୍ରମଣ ଜନୀତ ମୃତ୍ୟୁ ସଂଖ୍ୟା ୯ ଶହ ଟପିଥିବା ବେଳେ ପ୍ରାୟ ୨୭ ଦେଶରେ ଏହାର ସଂକ୍ରମଣର ସଂକେତ ମିଳିଛି । ଏପରିକି ଚୀନ୍‌ ବାହାରେ ଖୁବଶିଘ୍ର କରୋନା ଭାଇରସ ସଂକ୍ରମଣର ବେଗ ଅଧିକ ହେବ ବୋଲି ସତର୍କ କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ( WHO) । ତେବେ ଏପରି ସ୍ଥିତିରେ କେରଳରୁ ଆସିଛି ଏକ ଭଲ ଖବର । ଭାରତର ପ୍ରଥମ କରୋନା ଭାଇରସ୍‌ ସଂକ୍ରମିତ କୁହାଯାଉଥିବା ୨୪ ବର୍ଷୀୟା ଛାତ୍ରୀ ଜଣକ ଏବେ ସୁସ୍ଥ ହୋଇଛନ୍ତି । ସେ ଖୁବ୍ ଶିଘ୍ର ଘରକୁ ଫେରିବେ ।

{"id":222981,"width":578,"height":345,"sizeSlug":"large"}

ତ୍ରିଶୂର ବାସିନ୍ଦା ଛାତ୍ରୀ ଜଣକ ଚୀନ୍‌ର ଉହାନ ସହରରୁ ଭାରତ ଫେରିଥିଲେ । ତେବେ ତାଙ୍କ ଠାରେ କରୋନା ସଂକ୍ରମଣର ସଂକେତ ଦେଖାଦେଇଥିଲା ।ଚିକିତ୍ସା ପରେ ସେ ଏବେ ସୁସ୍ଥ ହେଉଛନ୍ତି । ଏପରକି ତାଙ୍କ ରକ୍ତ ନମୁନାର ପଞ୍ଚମ ପରୀକ୍ଷଣରୁ ନେଗେଟିଭ୍ ରିପୋର୍ଟ ଆସିଛି । ତ୍ରିଶୂର ମେଡିକାଲ କଲେଜ ଆଣ୍ଡ ହସପିଟାଲ ପକ୍ଷରୁ ଏହି ସୂଚନା ଦିଆଯିବା ବେଳେ କୁହାଯାଇଛି, କେବଳ ଆଉ ଏକ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି, ତାହା ଅନୁକୂଳ ବୋଲି ଜଣାପଡିଲେ, ଛାତ୍ରୀଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯିବ ବା ସେ ଘରକୁ ଯାଇପାରିବେ ।

{"id":222982,"width":588,"height":329,"sizeSlug":"large"}

 କେରଳ ସରକାର କରୋନା ଭାଇରସ ଯୋଗୁଁ ଘୋଷଣା କରିଥିବା ମେଡିକାଲ କାଲାମିଟିକୁ ଗତ ସପ୍ତାହରେ ପ୍ରତ୍ୟାହାର କରିନେଇଛନ୍ତି । କାରଣ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣ ସହ ତାହା ୩କୁ ଖସିଆସିବା ପରେ କେରଳ ସରକାର ଆଶ୍ୱସ୍ତ ହୋଇଛନ୍ତି ଏବଂ ଏପରି ପଦକ୍ଷେପ ନେଇଛନ୍ତି । ସେହି ତିନି ସଂକ୍ରମିତ ଚୀନ୍‌ରୁ ପେରିଥିବା ବେଳେ , ଜାନୁଆରୀ ୩୦ ତାରିଖରେ ପ୍ରଥମ କରୋନା ସଂକ୍ରମିତଙ୍କ ରକ୍ତ ନମୁନା ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏବେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣ ସହ ଚିକିତ୍ସାରେ ସଫଲତା ସତ୍ତ୍ୱେ ରାଜ୍ୟ ସରକାରଙ୍କ କରୋନା ମୁକାବିଲା ପଦକ୍ଷେପ ଜାରି ରଖାଯିବ ବୋଲି କହିଛନ୍ତି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କେ.କେ. ଶୈଳଜା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.