Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଶପଥ ନେବା ମାତ୍ରେ ହିଁ କାମରେ ଜୁଟିଲେ ନୀତିଶ ସରକାର, କାଲି ସକାଳ ୧୧ଟାରେ ପ୍ରଥମ କ୍ୟାବିନେଟ୍ ବୈଠକ

16/11/2020 at 10:35 PM

ପାଟନା ୧୬।୧୧: ବିହାର ନିର୍ବାଚନରେ ବିଜୟ ପରେ ସୋମବାର ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଏହା ପରେ ମଙ୍ଗଳବାର ନଭେମ୍ଵର ୧୭ରେ ପୂର୍ବାହ୍ନ ୧୧ଟାରେ ନୀତିଶ କୁମାର ପ୍ରଥମ କ୍ୟାବିନେଟ୍ ବୈଠକ ଡକାଇଛନ୍ତି। ଏନଡିଏରେ ସାମିଲ ସହଯୋଗୀ ତରଫରୁ ୧୪ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଏବେ ବିହାରରେ କାମଚଳା ବାଚସ୍ପତି ମନୋନୀତ କରାଯିବା ବାକି ରହିଛି। ଉଲ୍ଲେଖନୀୟ  ନଭେମ୍ଵର ୨୩ରେ ନୂତନ ବିଧାନସଭାର ପ୍ରଥମ ଅଧିବେଶନ ହେବାକୁ ଯାଉଛି।

ଅଧିବେଶନରେ ସର୍ବ ପ୍ରଥମେ କାମଚଳା ବାଚସ୍ପତି ମନୋନୀତ କରାଯିବ, ଯିଏ ନୂତନ ବିଧାୟକଙ୍କ ଶପଥ ପାଠ କରାଇବେ। ଏହା ପରେ ବିହାର ବିଧାନସଭାର ବାଚସ୍ପତି ନିର୍ବାଚନ ହେବ। ବିଧାନସଭା ବାଚସ୍ପତିଙ୍କ ନିର୍ବାଚନ ବହୁ ଗୁରୁତ୍ଵପୂର୍ଣ୍ଣ ଅଟେ। ଏହା ପଛର କାରଣ ଏନଡିଏ ପାଖରେ ମୋଟ୍ ୧୨୫ ବିଧାୟକ ଅଛନ୍ତି ଯାହା ସଂଖ୍ୟା ଗରିଷ୍ଠତାଠୁ ମାତ୍ର ତିନି ଅଧିକ। ଏମିତି ସ୍ଥିତିରେ ସ୍ଥିର ସରକାର ବଜାୟ ରଖିବା ପାଇଁ ବିଜେପି ନିଜର ଖାସ୍ ନେତାଙ୍କୁ ଏହି ପଦ ଦେବାକୁ ଚାହୁଁଛି।

ସୂତ୍ର ଅନୁଯାୟୀ ବିଜେପି ନନ୍ଦକିଶୋର ଯାଦବଙ୍କୁ ବିଧାନସଭା ବାଚସ୍ପତି କରିପାରେ। ନନ୍ଦକିଶୋର ପାଟନା ସାହିବ ଆସନରୁ କ୍ରମାଗତ ସପ୍ତମ ଥର ବିଜୟ ହାସଲ କରିଛନ୍ତି। ସେ ବିଜେପିର ବଡ ନେତା ଭାବେ ପରିଚିତ। ସେ ଗତ ଥର ନୀତିଶ କୁମାରଙ୍କ ସରକାରରେ ସଡକ ନିର୍ମାଣ ମନ୍ତ୍ରୀ ଥିଲେ।

   Related Posts