Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଟ୍ୱିଟ୍ କରି ନିଜର କଷ୍ଟ ଜଣାଇଲେ କଙ୍ଗନା, ବଲିଉଡର ପ୍ରଥମ ଅଭିନେତ୍ରୀ ଯାହାଙ୍କ ଉପରେ ରହିଛି ୭୦୦ ମାମଲା

4/03/2021 at 9:45 AM

ନୂଆଦିଲ୍ଲୀ ୦୪/୦୩: କଙ୍ଗନା ରନାୱତଙ୍କ ଟ୍ୱିଟ୍ ପୁଣି ଥରେ ସମସ୍ତଙ୍କୁ ଚକିତ କରିଛି ।  ନିକଟରେ କଙ୍ଗନା ଯାହା ଟ୍ୱିଟ୍ କରିଛନ୍ତି ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।  କଙ୍ଗନା ନିଜେ ଟ୍ୱିଟ୍ କରି କହିଛନ୍ତି, ତାଙ୍କ ବିରୋଧରେ ୭୦୦ ମାମଲା ରୁଜୁ କରାଯାଇଛି ଯାହାକୁ ତାଙ୍କ ଭାଇ ହିଁ ହ୍ୟାଣ୍ଡଲ୍ କରୁଛନ୍ତି ।  କଙ୍ଗନା ହେଉଛନ୍ତି ବଲିଉଡର ପ୍ରଥମ ଅଭିନେତ୍ରୀ ଯାହାଙ୍କ ବିରୋଧରେ ୭୦୦ ମାମଲା ରୁଜୁ ହୋଇଛି ।

Kangana Ranaut threatens to leave Twitter, backs homegrown app Koo |  Entertainment News,The Indian Express

ନିକଟରେ କଙ୍ଗନା ତାଙ୍କର ସମସ୍ତ ମାମଲା ଶିମଲାକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଇନୁରୋଧ କରିଛନ୍ତି କାରଣ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ଜୀବନ ଶିବସେନାର ନେତାଙ୍କ ଠାରୁ ବିପଦ ରହିଛି । ସୁପ୍ରିମକୋର୍ଟରେ ଦେଇଥିବା ଆବେଦନରେ କଙ୍ଗନା କହିଛନ୍ତି, ମହାରାଷ୍ଟ୍ର ସରକାର ଜାଣିଶୁଣି ସେମାନଙ୍କୁ ଶୋଷଣ କରୁଛନ୍ତି । କଙ୍ଗନା ଏବଂ ରଙ୍ଗୋଲି ଦାବି କରିଛନ୍ତି, ଏହି ସବୁ ମାମଲା ସେମାନଙ୍କ ବ୍ୟକ୍ତିତ୍ୱ ଖରାପ କରିବା ଉଦ୍ଦେଶ୍ୟରେ କରାଯାଇଛି ।

Kangana And Sister Face FIR For Tweets - Asian Times

ସେ ଆହୁରି ମଧ୍ୟ କହିଛନ୍ତି, ବାନ୍ଦ୍ରା ସ୍ଥିତ ତାଙ୍କର ଅଫିସ୍ କୁ ପୁନଃନିର୍ମାଣ କରିବା ପାଇଁ କୌଣସି ଆର୍କିଟେକ୍ଟ ପ୍ରସ୍ତୁତ ନୁହଁନ୍ତି, ଯାହାର କାରଣ ପାଲଟିଛି ମୁମ୍ବାଇ ନଗର ନିଗମ । ବିଏମସି ବିରୋଧରେ କଙ୍ଗନା ଏହି ମାମଲା ଜିତି ସାରିଛନ୍ତି କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ତାଙ୍କ ଅଫିସ୍ କୁ ପୁଣିଥରେ ନିର୍ମାଣ କରିବା ପାଇଁ  କେହି ରାଜି ହେଉ ନାହାଁନ୍ତି କାରଣ ସେମାନଙ୍କ ଲାଇସେନ୍ସ କ୍ୟାନ୍ସଲ୍ କରିଦେବା ପାଇଁ ବିଏମସି ଧମକ ଦେଇଛି ।

Mumbai court orders FIR against Kangana Ranaut for allegedly creating  religious disharmony

ବିଏମସି ଉପରେ ଅଭିଯୋଗ କରି କଙ୍ଗନା କହିଛନ୍ତି କୋର୍ଟ ବିଏମସିକୁ ସାଇଟ୍ ର  ପରିଦର୍ଶନ କରିବାକୁ କହିଥିଲେ, କିନ୍ତୁ ସେମାନେ ଆଉ କଲ୍ ରିସିଭ୍ କରୁନାହାଁନ୍ତି । କଙ୍ଗନା ଟ୍ୱିଟ୍ କରି ନିଜର କଷ୍ଟ ସେୟାର କରିଛନ୍ତି ଏବଂ କହିଛନ୍ତି ସେ ତାଙ୍କ ଅଫିସ୍ କୁ ନେଇ ଖୁବ୍ ଚିନ୍ତିତ ଅଛନ୍ତି । ଅଭିନେତ୍ରୀ ଏହା ମଧ୍ୟ ଧମକ ଦେଇଛନ୍ତି ଗତ ବର୍ଷ ବାନ୍ଦ୍ରାସ୍ଥିତ ତାଙ୍କ ନୂତନ ନିର୍ମିତ କାର୍ଯ୍ୟାଳୟରେ ବିଏମସିର ବିଧ୍ୱଂସ ଅଭିଯାନରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ସେ ଅପରାଧିକ ଅଭିଯୋଗ ଦାଖଲ କରିବାକୁ ଯୋଜନା କରୁଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ବିଏମସି ବାନ୍ଦ୍ରାସ୍ଥିତ କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିଲା । କଙ୍ଗନାଙ୍କୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍ଏଫ୍) ର ୱାଇ-ପ୍ଲସ୍ ବର୍ଗ ସୁରକ୍ଷା ପାପ୍ତ ହୋଇଛି ।

   Related Posts