ଧନସମ୍ପତ୍ତିରେ ଭରି ଯିବ ଆପଣଙ୍କ ଘର : ଶ୍ରାବଣ ମାସର ପ୍ରଥମ ୧୧ଦିନ,୧୧ଟି ଚାଉଳ ଏବଂ ୧୧ଟି ଶିବ ମନ୍ତ୍ରର କରନ୍ତୁ ପ୍ରୟୋଗ
18/07/2019 at 4:07 PM

ଆଜି ଆମେ ଜାଣିବା ଶ୍ରାବଣ ମାସରେ ଶିବଙ୍କୁ ପ୍ରସନ୍ନ କରିବାର ଏକ ଯୁଗାନ୍ତକାରୀ ଉପାୟ ବିଷୟରେ। ଆପଣଙ୍କୁ ଶ୍ରାବଣ ମାସର ଆରମ୍ଭ ହେବାର ୧୧ଦିନ ପର୍ଯ୍ୟନ୍ତ ଏହାକୁ କରିବାକୁ ପଡ଼ିବ। ୧୧ଟି ଚାଉଳ ୧୧ଦିନ ଯାଏଁ ଏହି ୧୧ଟି ମନ୍ତ୍ର ସହ ଶିବଙ୍କୁ ଚଢ଼ାଇବାକୁ ପଡ଼ିବ। ପୂରା ଶ୍ରଦ୍ଧା ଏବଂ ଭକ୍ତି ସହକାରେ ଏହା କରିଲେ ଆପଣଙ୍କ ଜୀବନରେ ନିଶ୍ଚୟ ଚମତ୍କାର ହେବ। ଏହା କରିବା ଦ୍ବାରା ଆପଣଙ୍କ ଜୀବନ ଧନ ସମ୍ପତ୍ତିରେ ଭରି ଯିବ।
ଶିବଙ୍କ ପୂଜା ପରେ କୁଶ ଆସନରେ ବସି ଏହି ଚମତ୍କାରୀ ମନ୍ତ୍ର ଜପ କରନ୍ତୁ।
- ଓଁ ଅଘୋରାୟ ନମଃ
- ଓଁ ପଶୁପତୟେ ନମଃ
- ଓଁ ଶର୍ବାୟ ନମଃ
- ଓଁ ବିରୁପାକ୍ଷାୟ ନମଃ
- ଓଁ ବିଶ୍ବରୂପିଣେ ନମଃ
- ଓଁ ତ୍ରମ୍ବକାୟ ନମଃ
- ଓଁ କପଦିନେ ନମଃ
- ଓଁ ଭୈରବାୟ ନମଃ
- ଓଁ ଶୂଳପାଣାୟ ନମଃ
- ଓଁ ଈଶାନାୟ ନମଃ
- ଓଁ ମହେଶ୍ବରାୟ ନମଃ