ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ: ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | May 29, 2020 IST

ବ୍ରହ୍ମପୁର୨୯/୫: ବ୍ରହ୍ମପୁରର ଏକ ଘରେ ନିଆଁ ଲାଗିଯିବା ଫଳରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ବିଜେଡିର ଜଣେ ପରିଚିତ ନେତା ତଥା  ବ୍ରହ୍ମପୁର କୋପରେଟିଭ୍ ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ଅଛନ୍ତି । ଭୋର ପ୍ରାୟ ୨ଟା ୧୫ରେ ବ୍ରହ୍ମପୁରର ଗୋଷାଣୀନୂଆ ଗାଁ ପାଣିଗ୍ରାହୀ ସାହିରେ ଏହି ଘଟଣା ଘଟିଛି । ଏସିରେ ନିଆଁଲାଗିଯିବା ଫଳରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ନିଆଁ ଲାଗିଯିବା ଯୋଗୁଁ ଅଲେଖ ଚୌଧୁରୀ କିଛି ଲୋକଙ୍କୁ ବଂଚାଇବାକୁ ଉଦ୍ୟମ କରିଥିଲେ ।

କିନ୍ତୁ ସେ ଓ ଅନ୍ୟ ଦୁଇଜଣ ଘର ଭିତରେ ଶ୍ୱାସରୁ୍ଦ୍ଧ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଏମକେସିଜି ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଅନ୍ୟ ଦୁଇଜଣ ହେଲେ ୬୯ ବର୍ଷୀୟ ଭଗବାନ ପାତ୍ର ଓ ୧୯ ବର୍ଷିୟ ଯୁବକ ସୁନୀଲ ବେହେରା । ସଟ ସର୍କିଟ ଯୋଗୁଁ ଏସିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.