ଚଳନ୍ତା ଗାଡ଼ିରେ ଲାଗି ଗଲା ନିଆଁ...

Published By : Prameya-News7 Bureau | June 24, 2020 IST

ସାଲେପୁର୨୪/୬: କଟକ ଜିଲ୍ଲା ଚୌଦ୍ଵାର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଇଣ୍ଡିଗୋ କାର ମଙ୍ଗୁଳିରୁ ଚୌଦ୍ଵାର ମଙ୍ଗରାଜପୁରକୁ ଆସୁଥିବା ବେଳେ ଚାରବାଟିଆ ବଜାରର ମହିମା ପାଲେସ ପୂର୍ବରୁ ଗାଡିଟିରେ ହଠାତ୍‌ ନିଆଁ ଲାଗି ଯାଇଥିଲା।ଗାଡିର ଚାଳକ ଗାଡିରୁ ଡେଇଁ ଦୌଡ଼ି ଚାଲି ଯାଇଥିଲେ। ଗାଡ଼ିଟି ହୁତୁ ହୁତୁ ହୋଇ ସମସ୍ତଙ୍କ ସମ୍ମୁଖରେ ଜଳି ଯାଇଥିଲା। ସଟ୍‌ ସର୍କିଟ ଯୋଗୁଁ ଗାଡିରେ ନିଆ ଲାଗି ଯାଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଚୌଦ୍ଵାର ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ ବିଭାଗର କର୍ମଚାରୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଚୌଦ୍ଵାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.