ଆଙ୍ଗୁଠିର ଆକୃତିରୁ ଜଣାପଡେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ନିଜ ସଂପର୍କରେ ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର...

Published By : Prameya-News7 Bureau | July 29, 2019 IST

କୁହାଯାଏ, କୋଷ୍ଠି ଓ କପାଳ ଅଧ୍ୟୟନରୁ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବରୁ ଆରମ୍ଭ କରି ଅତୀତ ଓ ଭବିଷ୍ୟତ ସମ୍ପର୍କରେ ଜାଣିହୁଏ । ହାତ ପାପୁଲିରେ ଥିବା ଆଙ୍ଗୁଳିମାନେ ଭୂତ ଓ ଭବିଷ୍ୟତ ସମ୍ପର୍କରେ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିଥାନ୍ତି । ବ୍ୟକ୍ତିଙ୍କ ହାତ ଆଙ୍ଗୁଠିରୁ ସେହି ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ବିଷୟରେ ପଣ୍ଡିତମାନେ ଅନେକ କଥା କହିଥାନ୍ତି।

ପାପୁଲିକୁ ଖୋଲା କରିବା ପରେ ଆଙ୍ଗୁଳିର ଅବସ୍ଥାନକୁ ଲକ୍ଷ୍ୟ କରନ୍ତୁ। ଦେଖନ୍ତୁ ଯଦି ହାତର ଆଙ୍ଗୁଳି ଅଲଗା ଅଲଗା ରହୁଛି ତେ​ବେ ଆପଣଙ୍କ ଆଙ୍ଗୁଳି ପର୍ବତ ସନ୍ତୁଳିତ ବୋଲି କୁହାଯାଏ। ଯାହାକି ଆପଣଙ୍କ ପାଇଁ ବହୁତ ଶୁଭ।

ପାପୁଲି ଖୋଲା କରିବା ଦ୍ବାରା ଆଙ୍ଗୁଳି ଗୁଡିକ ପାଖକୁ ପାଖ ଲାଗି ରହୁଛନ୍ତି ତେବେ ଏହି ବ୍ୟକ୍ତି ଅତି ଶାନ୍ତ ସ୍ବାଭାବରେ ହୋଇଥାନ୍ତି। ଆଙ୍ଗୁଳି ମଧ୍ୟରୁ ଅନାମିକା ଆଙ୍ଗୁଳି ଯଦି ସିଧା ଓ ଲମ୍ବା ହୋଇଥାଏ। ତେବେ ସେହି ବ୍ୟକ୍ତିଙ୍କ ପାଖରେ ଧନର ଅଭାବ ରହିନଥାଏ। ତର୍ଜନୀ ବା ବିଶୀ ଆଙ୍ଗୁଳି ଆଡକୁ ଅନାମିକା ଅଙ୍ଗୁଳି ଢ଼ଳି କରି ଥିଲେ।ଏହି ବ୍ୟକ୍ତି ଆବଶ୍ୟକ ଠାରୁ ଅଧିକ ଲୋଭି ହୋଇଥାନ୍ତି।

ସେହିପରି ଅନାମିକା ଆଙ୍ଗୁଲି ଛୋଟ ଆଙ୍ଗୁଳିର ବାହାରକୁ ଢ଼ଳିଥିଲେ ଏହି ବ୍ୟକ୍ତି ପାଖରେ ଅଧିକ ଦାୟିତ୍ବହୀନତା ହୋଇଥାନ୍ତି। ଯଦି ମଧ୍ୟମ ଆଙ୍ଗୁଳି ସିଧା ରହିବା ସହ କେଉଁ ଆଙ୍ଗୁଳି ଆଡକୁ ଢ଼ଳିକରି ରହୁ ନାହିଁ ତେବେ ସେ ବ୍ୟକ୍ତି ଅତି ଭାଗ୍ୟବାନ ହୋଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.