Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଅର୍ଥମନ୍ତ୍ରୀ ଘୋଷଣା କରି ପାରନ୍ତି ଆଉ ଏକ ଆର୍ଥିକ ପ୍ୟାକେଜ୍, କହିଲେ- କରୋନା ପ୍ରଭାବିତ ଅର୍ଥନୀତି ପାଇଁ ସହାୟତାର ଦ୍ଵାର ଖୋଲା ଅଛି

29/09/2020 at 4:56 PM

ନୂଆଦିଲ୍ଲୀ ୨୯।୦୯: କରୋନା ଭାଇରସ୍‌ ମହାମାରୀ ପ୍ରକୋପ ଏବଂ ଏହି କାରଣରୁ ଲାଗୁ ଲକ୍‌ଡାଉନ୍ କାରଣରୁ ଏପ୍ରିଲ-ଜୁନ ପ୍ରଥମ ତ୍ରୈମାସରେ ଦେଶର  ଜିଡିପି ଅଭିବୃଦ୍ଧି ହାର ରେକର୍ଡ -୨୩.୯ ହ୍ରାସ ଘଟିବା ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଶା ପ୍ରକାଶ କରିଛନ୍ତି ଯେ ଦ୍ଵିତୀୟ ଓ ତୃତୀୟ ତ୍ରୈମାସରେ ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ଆସିପାରେ। ଆର ସୁକୁମାରଙ୍କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ସରକାର ଦ୍ଵିତୀୟ ପ୍ରୋତ୍ସାହନ ପ୍ୟାକେଜ୍‌ ଦେଇ ପାରନ୍ତି। ଏଥିପାଇଁ ପ୍ରସ୍ତୁତି କରାଯାଉଛି। ଏହି ପ୍ୟାକେଜ୍‌ ଆର୍ଥିକ ବ୍ୟବସ୍ଥାରେ ଆହୁରି ସୁଧାର ଆଣିବ ବୋଲି ଆଶା କରାଯାଉଛି ବୋଲି ସୀତାରମଣ କହିଛନ୍ତି।

ସେ କହିଛନ୍ତି ଏହି ସଙ୍କଟ ସମୟରେ ଲୋକ ଛିଡା ହେବା ଏବଂ ଦୌଡିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସମସ୍ତ ବାଧାବିଘ୍ନକୁ ଡେଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡିଛନ୍ତି। ପୁଣି ଥରେ ନିଜର ଜୀବନକୁ ସ୍ଵାଭାବିକ କରିବାକୁ ପ୍ରୟାସ ଚଳାଇଛନ୍ତି। ଲଦାଖରେ ଚାଲିଥିବା ଉତ୍ତେଜନା ଉପରେ ସେ କହିଛନ୍ତି ଯେ, ଲଦାଖ ଚୀନ ପାଇଁ ଅଭେଦ୍ୟ ହେଲେ ମଧ୍ୟ ଆମକୁ ଶତ୍ରୁକୁ ପ୍ରତି ମୁହୂର୍ତ୍ତରେ ଜବାବ ଦେବାକୁ ପ୍ରସ୍ତୁତ ହେବାକୁ ପଡିବ।

ସୀତାରମଣ କହିଛନ୍ତି ଯେ, ଆମେ କରୋନା ଓ ଲକ୍‌ଡାଉନ୍‌ରେ କ୍ଷତି ଘଟିଥିବା ଦେଶର ଅର୍ଥବ୍ୟବସ୍ଥାର ମୂଲ୍ୟାଙ୍କନ କରୁଛୁ। ମାତ୍ର ମୋତେ ଲାଗୁନାହିଁ ଯେ ଏବେ ଆମେ କୌଣସି ବି ନିଷ୍କର୍ସରେ ପହଞ୍ଚି ପାରିବା। ମୋଟ୍‌ ଭାବେ ପ୍ରଥମ ତ୍ରୈମାସ ଲକ୍‌ଡାଉନ୍‌ରେ ସଂପୂର୍ଣ୍ଣ ଭାବେ ପ୍ରଭାବିତ ଥିଲା। ଏହା ପରେ ଧିରେ ଧିରେ ଦେଶରେ ଅନଲକ୍‌ ଆରମ୍ଭ ହୋଇଥିଲା। ଜୁଲାଇ ମାସରେ କିଛି ଗତିବିଧି ଆରମ୍ଭ  ହୋଇଥିଲା। ଅନଲକ ସହିତ ପର୍ଯ୍ୟାୟ କ୍ରମରେ ଆର୍ଥିକ ଗତିବିଧି ସହିତ ଅନେକ କ୍ଷେତ୍ର ଗତିବିଧି କୋହଳ କରାଗଲା। ଆଜି ସ୍ଥିତିରେ ବହୁତ ପରିବର୍ତ୍ତନ ଆସିଛି। ମୋତେ ଅନେକ ଉଦ୍ୟୋଗ କହିଛନ୍ତି ଯେ, କୋଭିଡ୍‌ ପୂର୍ବରୁ ଯାହା ସ୍ଥିତି ଥିଲା ସେହି ସ୍ତରରେ ଆମେ ପହଞ୍ଚି ଗଲୁଣି ବୋଲି ସୀତାରମଣ କହିଛନ୍ତି।

ସୀତାରମଣ କହିଛନ୍ତି ଅନେକ ଶ୍ରମ ପ୍ରଧାନ କ୍ଷେତ୍ରରେ ପୁନରୁଦ୍ଧାର କରାଯାଉଛି। ଅନେକ ରାଜ୍ୟରେ ପ୍ରବାସୀ ଶ୍ରମିକ ନିଜର କର୍ମକ୍ଷେତ୍ରକୁ ଫେରିବାରେ ଲାଗିଛନ୍ତି। ଅନେକ ଉଦ୍ୟୋଗ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି। ଧିରେ ଧିରେ ସ୍ଥିତି ସ୍ଵାଭାବିକ ହେବାରେ ଲାଗିଛି ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି।

କିଛି ଉଦ୍ୟୋଗ ମୋତେ କହିଛନ୍ତି ଯେ, ଘରୋଇ ଚାହିଦା ପୁଣି ଥରେ  ବଢିବା ଆରମ୍ଭ ହେଲାଣି। ମାତ୍ର ବଡ ବଡ ଉଦ୍ୟୋଗରେ ରପ୍ତାନୀ କ୍ଷମତା ପୂର୍ବ ଅବସ୍ଥାକୁ ଫେରି ନାହିଁ। ଇସ୍ପାତ ଉଦ୍ୟୋଗରେ ସ୍ଥିତି ପୂର୍ବ ଅବସ୍ଥାକୁ ଫେରିବାକୁ ଉଦ୍ୟମ ଜାରି ରହିଛି। ମୋତେ ଲାଗୁଛି ଦ୍ଵିତୀୟ ଓ ତୃତୀୟ ତ୍ରୈମାସରେ ସ୍ଥିତିରେ ଉନ୍ନତି ଘଟିବ। ମୋତେ ଜଣା ନାହିଁ ଯେ, ପୂର୍ବ ବର୍ଷକୁ ତୂଳନା କରି ଏବେ କୌଣସି ନିଷ୍କର୍ସ ବାହାର କରିବା। ଏହାକୁ ଏଡାଇ ଦିଆଯାଇ ପାରିବ ନାହିଁ ଯେ ପ୍ରଥମ ତ୍ରୈମାସରେ ଅଭିବୃଦ୍ଧି ହାରରେ ଐତିହାସିକ ହ୍ରାସ ଦେଖିବାକୁ ମିଳିଛି।

ସେ କହିଛନ୍ତି ଯେ, ସ୍ଥିତିରେ ସୁଧାର ଆସୁଥିବା ଜିଏସଟି ସଂଗ୍ରହରେ ଦେଖିବାକୁ ମିଳିଛି। କିନ୍ତୁ ପୂର୍ବାପେକ୍ଷା ଜିଏସଟି ସଂଗ୍ରହ ହ୍ରାସ ଘଟିଛି। ସ୍ଥିତିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସରେ ଆମେ କର୍ପୋରେଟ୍ ଟ୍ୟାକ୍ସରେ ହ୍ରାସ ଘୋଷଣା କରିଛୁ। ଏହାର ପ୍ରଭାବ କର୍ପୋରେଟ୍ ଟ୍ୟାକ୍ସ ସଂଗ୍ରହରେ ଦେଖିବାକୁ ମିଳିବ।

ସେ କହିଛନ୍ତି ଯେ କରୋନା ପ୍ରଭାବିତ ଅର୍ଥନୀତିର ଦ୍ଵାର ଖୋଲିବା ପାଇଁ ସରକାର ସବୁ ପ୍ରକାରର ପଦକ୍ଷେପ ନେଉଛନ୍ତି। ଦରକାର ପଡିଲେ ବିଭିନ୍ନ କ୍ଷେତ୍ର ପାଇଁ ପ୍ୟାକେଜ୍‌ ଘୋଷଣା କରାଯାଇପାରେ। ସ୍ଥିତି ଉପରେ ନଜର ରଖାଯାଇଛି। ସ୍ଵତନ୍ତ୍ର ଭାବେ ବିଭିନ୍ନ ସେକ୍ଟର ଉପରେ ନଜର ରଖାଯାଇଛି। ଅନେକ ଲୋକ ଏବଂ ଉଦ୍ୟୋଗ ସରକାରଙ୍କ ସହ ଯୋଗାଯୋଗ କରି ସ୍ଥିତି ଉପରେ ତଥ୍ୟ ଦେବା ସହିତ ପ୍ରସ୍ତାବ ମଧ୍ୟ ଦେଉଛନ୍ତି।

   Related Posts