ଆଶ୍ଚର୍ଯ୍ୟ: ୨ ବର୍ଷ ପୂର୍ବରୁ କରୋନା ଭାଇରସ ସମ୍ପର୍କରେ ଚେତାବନୀ ଦେଇଥିଲା ଏହି ଫିଲ୍ମ ! କ୍ଲିପ୍ ଦେଖି ଆପଣ ମଧ୍ୟ ଡରିଯିବେ

Published By : Prameya-News7 Bureau | March 27, 2020 IST

ମୁମ୍ବାଇ ୨୭/୦୩ : ଚାଇନାରୁ ଆସିଥିବା କରୋନା ଭାଇରସ୍ କିଛି ମାସ ମଧ୍ୟରେ ଧୀରେ ଧୀରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି । ଏହି ଭୂତାଣୁ ଦ୍ୱାରା ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷ ଲକ୍ଷ ଲୋକ ଏହାର ଶିକାର ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାରାତ୍ମକ କରୋନା ଭାଇରସର କୌଣସି ଔଷଧ ବାହାରି ପାରିନାହଁ | ତେବେ ଏଥିରୁ ସୁରକ୍ଷିତ ରହିବା ହିଁ ଏକମାତ୍ର ଉପାୟ। ଅନେକ ଦେଶ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛନ୍ତି ଏବଂ ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଛି | ସ୍କୁଲ, କଲେଜ, ସପିଙ୍ଗ ମଲ, ଜିମ, ଅଫିସ ଆଦି ବନ୍ଦ ରହିଛି | ସାରକରାଇ ଓ ବେସରକାରୀ କର୍ମଚାରୀ ଘରେ ବସି କାମ କରୁଛନ୍ତି |

ସୋସିଆଲ ମିଡିଆରେ ଏହି ଭାଇରସ ବିଷୟରେ ଅନେକ ପ୍ରକାରର ଦାବି କରାଯାଉଛି, କେତେକ ସତ୍ୟ ଏବଂ କେତେକ ମଧ୍ୟ ମିଥ୍ୟା | ଇତି ମଧ୍ୟରେ ନିକଟରେ ଏକ କୋରିଆନ ଭିଡିଓ କ୍ଲିପ୍ ଜରିଆରେ ଏକ ତଥ୍ୟ ପ୍ରକାଶ ପାଇଛି ଯେ ହଠାତ୍ ସାରା ଦୁନିଆକୁ ବ୍ୟାପିଥିବା ଏହି ଭୟଙ୍କର ମହାମାରୀ ସମ୍ପର୍କରେ ୨ ବର୍ଷ ପୂର୍ବରୁ ଦର୍ଶାଯାଇଥିଲା |

ବାସ୍ତବରେ ଟ୍ୱିଟରରେ ଏକ କୋରିଆନ ସିରିଜ୍ କ୍ଲିପ୍ ଭାଇରାଲ୍ ହେଉଛି | ଏହି ସିରିଜରେ କରୋନା ଜୀବାଣୁ ସମ୍ପର୍କରେ ଉଲ୍ଲେଖ କରାଯାଉଛି | ଏକ ଭୂତାଣୁ ବିଷୟରେ ଆଲୋଚନା ହେଉଛି ଯେ ଏହା ହଠାତ୍ ବ୍ୟାପିଥାଏ ଏବଂ ଏହାର ନାମ କରୋନା ଭାଇରସ୍ | ଫ୍ଲୁ ଭଳି ଲକ୍ଷଣ ସହିତ ଏହି ଜୀବାଣୁ ବିଷୟରେ ଯାହା କିଛି କୁହାଯାଉଛି, ସେଗୁଡ଼ିକ ସମଗ୍ର ବିଶ୍ୱରେ ବ୍ୟାପିଥିବା କରୋନା ଜୀବାଣୁ ସହିତ ସାମଞ୍ଜସ୍ୟ ରହିଛି | ଏଥିରେ ମଧ୍ୟ  ଏହି ଭାଇରସରୁ ଆରୋଗ୍ୟ ହେବାର କୌଣସି ଆଲୋଚନା ନାହିଁ |

କ୍ଲିପରେ କୋରିଆନ ଭାଷା ବୁଝି ହେଉନଥିଲେ ମଧ୍ୟ ଏହାର ଟାଇଟଲରୁ ଏହା ସ୍ପଷ୍ଟ ହୋଇଛି ଯେ ୨ ବର୍ଷ ପୂର୍ବେ କରୋନା ଭାଇରସ ସମ୍ପର୍କରେ ଆଲୋଚନା କରାଯାଉଛି |

wp:core-embed/twitter {"url":"https://twitter.com/sadfiIipino/status/1243137924507537408","type":"rich","providerNameSlug":"twitter","className":""}
https://twitter.com/sadfiIipino/status/1243137924507537408
/wp:core-embed/twitter

ଏହା ବ୍ୟତୀତ କୋରିଆନ ଭାଷାରେ କିଛି ବୁଝିବା କଷ୍ଟକର, କିନ୍ତୁ ଏଥିରେ କରୋନା ଜୀବାଣୁର ନାମ ସ୍ପଷ୍ଟ ଭାବରେ ଶୁଣାଯାଉଛି  | ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା କୋରିଆନ ସିରିଜର ନାମ ହେଉଛି 'ମାଇ ସିକ୍ରେଟ୍ ଟେରିଅସ୍' | ଏହି ସିରିଜର ୧୦ ନମ୍ବର ଏପିସୋଡରେ ଏହି ଜୀବାଣୁ ବିଷୟରେ ବିସ୍ତୃତ ଭାବରେ ଦର୍ଶାଯାଇଛି |

ଏହି ସିରିଜର ଗୋଟିଏ ଦୃଶ୍ୟରେ, ଏହି ଜୀବାଣୁକୁ ବାୟୋଲୋଜିକାଲ ଅସ୍ତ୍ର ଭାବରେ ବ୍ୟବହାର କରିବା ବିଷୟରେ ମଧ୍ୟ ଆଲୋଚନା ହେଉଛି | ଏହାର ଇନକ୍ୟୁବେସନ ୨  ରୁ ୧୪ ଦିନ ନେଇଥାଏ | ଏଥି ସହିତ, ଏହି ସିରିଜ୍ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଟ୍ୱିଟରରେ ଏହାର କ୍ଲିପ୍ ବହୁତ ଭାଇରାଲ ହେଉଛି | ଏଥି ସହିତ ଏହା ସ୍ପଷ୍ଟ ହୋଇଛି ଯେ ଏହି ଚଳଚ୍ଚିତ୍ର ଜରିଆରେ ୨ ବର୍ଷ ପୂର୍ବରୁ ଏହି ଜୀବାଣୁ ସମ୍ପର୍କରେ ପୂର୍ବାନୁମାନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.