Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ବାପାର ପରିଚୟ ଖୋଜୁଛି ନବଜାତ ନିଷ୍ପାପ ଶିଶୁ, ନ୍ୟାୟ ଅପେକ୍ଷାରେ ମାଆ

5/07/2021 at 12:55 PM

ସୋରୋ ୫/୭ : ବାପାର ପରିଚୟ ଖୋଜୁଛି ନବଜାତ ନିଷ୍ପାପ ଶିଶୁ । ୧୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ଅଭିଯୋଗ ହେବାର ଦୀର୍ଘଦିନ ବିତି ଯାଇଥିଲେ ବି ପୋଲିସ ହାତ ଖାଲି । ଏହା ଭିତରେ ନାବାଳିକା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ବାଲେଶ୍ବର ରେମୁଣା ବାସୁଖୁଣ୍ଟା ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକା ବାହାନଗା ବ୍ଲକ୍ ଗୋପାଳପୁର ଅଞ୍ଚଳରେ ଟୁଟୁ ସାହୁ ନାମକ ଜଣେ ମଦ ବ୍ୟବସାୟୀଙ୍କ ଘରେ ରହି ଘର କାମ କରୁଥିଲେ ।

ଟୁଟୁଙ୍କ ମଦ ଦୋକାନରେ କାମ କରୁଥିବା ଜଣେ ବିହାର ଅଞ୍ଚଳର ଯୁବକ ନାବାଳିକା ଜଣକୁ ଘରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା ପରେ ଯୁବତୀ ଜଣକ ମାଲିକ ଟୁଟୁକୁ ସବୁ କଥା ଜଣାଇଥିଲେ ମଧ୍ୟ ଟୁଟୁ ଏହି ଘଟଣାକୁ ଚପାଇବାକୁ ଚେଷ୍ଟା କରିବା ସହ ବିଭିନ୍ନ ସମୟରେ ଅତ୍ୟାଚାର କରି ଶେଷ ଯୁବତୀ ଜଣକୁ ତାଙ୍କ ଘର ବସୁଖୁଣ୍ଟାକୁ ପଠାଇ ଦେଇଥିଲେ ।

ପରେ ଯୁବତୀ ଜଣକ ୫ ମାସର ଗର୍ଭବତୀ ହେବା ପରେ ଷ୍ଟାଲିନ ମିଶ୍ର ନାମକ ଜଣେ ସହୃଦୟ ବ୍ୟକ୍ତି ଏବାବଦରେ ଯୁବତୀଙ୍କଠାରୁ ସମସ୍ତ ବିଷୟ ଜାଣିବା ପରେ ଶିଶୁମଙ୍ଗଳ କମିଟିରେ ଜଣାଇଥିଲେ । ପରେ ଶିଶୁମଙ୍ଗଳ କମିଟି ପକ୍ଷରୁ ଖନ୍ତାପଡା ଥାନାରେ ଏକ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଥିଲା । ମାତ୍ର ବିଡମ୍ବନାର ବିଷୟ ଦିର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଯୁବତୀ ଜଣକୁ ଉଚିତ ନ୍ୟାୟ ମିଳିନଥିବା ବେଳେ ଜନ୍ମ ଦେଇଥିବା ଶିଶୁ ପୁତ୍ର ଜଣକ ବାପାର ପରିଚୟ ଖୋଜୁଛି ।

   Related Posts