Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ସବୁରାତି ଅନ୍ଧାର ନୁହେଁ: ଫେସ୍‌ବୁକ୍ ପ୍ରେମରେ ପୂର୍ଣ୍ଣଚ୍ଛେଦ ଟାଣିଲେ ଶ୍ବଶୂର…

10/06/2020 at 4:17 PM

ଅନୁଗୁଳ୧୦/୬: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା|ପରକ୍ରିୟା ପ୍ରୀତି ମହଙ୍ଗା ପଡିଲା | ଶ୍ବଶୂର ହାତରେ ରଙ୍ଗେ ହାତ ଧାରା ପଡିଲେ ବୋହୂ ଆଉ ତାର ପ୍ରେମିକ। ଧରା ପଡିବା ପରେ ବନ୍ଧା ହୋଇ ଉଭୟ ଛେଚା ବି ଖାଇଲେ। ବିବାହିତା ମହିଳା ( ବନ୍ଦନା ଛଦ୍ମ ନାମ)ଙ୍କ ପରିବାର ଠୁ ନିସ୍ତୁକ ଛେଚା ଖାଇଲେ ପ୍ରେମୀ ଯୁବକ ( ସରୋଜ ଛଦ୍ମ ନାମ) | ଖବର ମୁତାବକ ମହିଳା ଜଣକ ବିବାହିତା ଓ ତାଙ୍କର ଏକ ୩ ବର୍ଷର ଛୁଆ ମଧ୍ୟ ଅଛି | ସ୍ୱାମୀ ପରିବାର ପ୍ରତିପୋଷଣ ପାଇଁ ଘରଠାରୁ ଦୂରରେ ଚାକିରି କରନ୍ତି | କିନ୍ତୁ ସ୍ୱାମୀଙ୍କ ଅନୁପସ୍ଥିତି ଯୋଗୁଁ, ମହିଳା ଜଣକ ସମୟ ଅତିବାହିତ କରିବା ପାଇଁ ସାହାଯ୍ୟ ନେଇଥିଲେ ଫେସବୁକର | ପ୍ରଥମେ ମହିଳା ଜଣଙ୍କର ଫେସବୁକରେ ଦୋସ୍ତି ହୋଇଥିଲା ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଉରୁକୁଳା ଗ୍ରାମର ଜଣେ ଯୁବକଙ୍କ ସହ | ଫେସବୁକରେ ଦୁହେଁ ଦୁହିଁଙ୍କର ଭଲ ବନ୍ଧୁ ହେବା ପରେ ଦୁଇ ଜଣଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ |

ପ୍ରେମ ସମ୍ପର୍କରୁ ଦୁହିଁଙ୍କ ମଧ୍ୟରେ ଅନୈତିକ ଶାରୀରିକ ସମ୍ପର୍କ ଆରମ୍ଭ ହୋଇଯାଇଥିଲା | ସ୍ୱାମୀଙ୍କ ଅନୁପସ୍ଥିତିରେ ରାତିରେ ଏହି ମହିଳା ନିଜ ଘରର ବେଡ଼ରୁମକୁ ପ୍ରେମିକକୁ ଡାକୁଥିଲେ । କିନ୍ତୁ ସବୁରାତି ଅନ୍ଧାର ନୁହେଁ, ଦୁହେଁ ଦୁହିଁଙ୍କ କୋଳରେ ଶୋଇ ମିଛ ସ୍ବପ୍ନ ଦେଖୁଥିବା ବେଳେ ମହିଳାଙ୍କ ଶ୍ୱଶୂର କରିଥିଲେ ଘଟଣାର ପର୍ଦାଫାଶ |

ଶ୍ୱଶୂରଙ୍କର ବହୁଦିନର ସନ୍ଦେହକୁ ଆଜି ମିଳିଗଲା ପ୍ରମାଣ। ପ୍ରଥମେ ଦୁହିଁଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲେ ଶ୍ବଶୂର। ଦୁହେଁଙ୍କୁ ସେହି ଘର ଭିତରେ ତାଲା ପକାଇ ଘରର ଅନ୍ୟ ସଦସ୍ୟମାନଙ୍କୁ ଶ୍ବଶୂର ଡାକିଥିଲେ। ସମସ୍ତଙ୍କୁ ଦେଖାଇଥିଲେ ନିଜ ବୋହୂର କଳା କାରନାମା। ନିଜର ଇଜ୍ଜତ ହରେଇ ବସିଥିବା ମହିଳାଙ୍କ ଶ୍ୱଶୁର ଯୁବକକୁ ଉତ୍ତମ ମଧ୍ୟମ ଦେଇଥିବା ବେଳେ ଏଥିରୁ ବାଦ ପଡିନଥିଲେ ଚରିତ୍ରହୀନା ବୋହୂ | ଏନେଇ ଦୁଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହେଇନଥିବା ବେଳେ, ଦୁଇ ପରିବାରର ମଧ୍ୟରେ ଆପୋଷ ବୁଝାମଣା ଦ୍ୱାରା ଟାପଢୋଲ ଗ୍ରାମର ବୋହୂ ଦ୍ବିତୀୟ ଥର ପୁଣି ସାଜିଲା ଉରୁକୁଳା ଗ୍ରାମର ବୋହୂ। ଏ ଘଟଣା ଏବେ ଅନଗୁଳ ଆଠମଲ୍ଲିକ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

   Related Posts