ସରକାରଙ୍କ ଆଲୋଚନା ଆମନ୍ତ୍ରଣକୁ ପ୍ରତ୍ୟାଖାନ କଲେ କୃଷକ ସଂଗଠନ, କହିଲେ- ନିଆଁ ସହ ଖେଳନି, ଆନ୍ଦୋଳନକୁ ହାଲୁକା ନିଅନି

Published By : Prameya-News7 Bureau | December 23, 2020 IST

ନୂଆଦିଲ୍ଲୀ ୨୩।୧୨: ନୂତନ କୃଷି ଆଇନ ବିରୋଧରେ ଜାରି ଆନ୍ଦୋଳନରେ ବସିଥିବା କୃଷକ ବୁଧବାର ନିଆଁ ସହ ନଖେଳିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। କେନ୍ଦ୍ର ସରକାର ଆନ୍ଦୋଳନକୁ ହାଲୁକାରେ ନିଅନ୍ତୁ ନାହିଁ। ସରକାରଙ୍କ ପକ୍ଷରୁ ମିଳିଥିବା ଆଲୋଚନାର ଆମନ୍ତ୍ରଣକୁ କୃଷକ ସଂଗଠନ ପ୍ରତ୍ୟାଖାନ କରିଛନ୍ତି। ଯୁଗ୍ମ କିଷାନ ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀରେ କୃଷକ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସିଥିବା ପ୍ରସ୍ତାବରେ କୌଣସି ଆଲୋଚନା ସମ୍ଭବ ନୁହେଁ ବୋଲି କୃଷକ ସଂଗଠନ କହିଛନ୍ତି।

ସିଂଘୁ ବର୍ଡରରେ ବୁଧବାର ଯୁଗ୍ମ କିଷାନ ମୋର୍ଚ୍ଚାର ନେତା ସାମ୍ଵାଦିକ ସମ୍ମିଳନୀ କରିଛନ୍ତି। ଏଥିରେ କୃଷକ ସଂଗଠନ କହିଛନ୍ତି ଆମେ ତିନି ଆଇନରେ କୌଣସି ପ୍ରକାରର ପରିବର୍ତ୍ତନର କଥା କହୁନାହୁଁ ବରଂ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରୁଛୁ। ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ଯେଉଁ ପ୍ରସ୍ତାବ ଆସିଛି ସେଥିରେ କିଛି ସ୍ପଷ୍ଟ କରାଯାଇ ନାହିଁ।

wp:html /wp:html

କିଷାନ ସଂଗଠନ ପକ୍ଷରୁ କୁହାଯାଇଛି, ସରକାରଙ୍କ ପକ୍ଷରୁ ଆସିଥିବା ପ୍ରସ୍ତାବ ଏତେ ଫମ୍ଫା ଏବଂ ହାସ୍ୟାସ୍ପଦ ତା ଉପରେ ଉତ୍ତର ଦେବା ଉଚିତ୍ ନୁହେଁ। ସେ କହିଛନ୍ତି ଆମେ ପ୍ରସ୍ତୁତ ମାତ୍ର ସରକାର ସ୍ପଷ୍ଟ ପ୍ରସ୍ତାବ ଲିଖିତ ଭାବେ ପଠାନ୍ତୁ ଏବଂ ଖୋଲା ମନରେ ଆଲୋଚନା ପାଇଁ ଡାକନ୍ତୁ।

ସ୍ଵରାଜ ଇଣ୍ଡିଆର ଯୋଗେନ୍ଦ୍ର ଯାଦବ କହିଛନ୍ତି, ୟୁନାଇଟେଡ୍ ଫାର୍ମର୍ସ ଫ୍ରଣ୍ଟ ଆଜି ସରକାରଙ୍କୁ ପତ୍ର ଲେଖିଛନ୍ତି,  ଯେଉଁଥିରେ କୁହାଯାଇଛି ସରକାରଙ୍କୁ ୟୁନାଇଟେଡ୍ ଫାର୍ମର୍ସ ଦ୍ଵାରା ଲେଖା ହୋଇଥିବା ଚିଠି ଉପରେ ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ। କାରଣ ଏହି ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି। ସରକାରଙ୍କ ନୂତନ ଚିଠି କୃଷକ ସଂଗଠନକୁ ବଦନାମ କରିବା ଲାଗି ଏକ ନୂତନ ପ୍ରୟାସ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.