ଧାନ ଅମଳ ବେଳେ ମେସିନରେ କଟିଗଲା ଚାଷୀଙ୍କ ହାତ, ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର

Published By : Prameya-News7 Bureau | December 18, 2020 IST

ତେଲକୋଇ ୧୮।୧୨: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରାଇସୁଆଁ ପଂଚାୟତ ସମାକୁଦ ଗାଁର ଅଭାବନୀୟ ଘଟଣା ଘଟିଛି। ଜଣେ ଚାଷୀ ବିଲରେ ଧାନ ଅମଳ କରୁଥିବା ବେଳେ ମେସିନରେ ହାତ କଟିଯାଇଛି। ହାତ କଟିଯାଇଥିବା ବ୍ୟକ୍ତି ଜଣକ ହେଲେ କଳ୍ପତରୁ ବେହେରା ।

ସୂଚନା ଅନୁସାରେ ଆଜି ଦିନ ୨ଟା ସମୟରେ କଳ୍ପତରୁ ନିଜ ବିଲରେ ଧାନ ବେଙ୍ଗଳା କରୁଥିଲେ। ବେଙ୍ଗଳା  କରୁଥିବା ବେଳେ ଅସାବଧାନତା ବସତଃ ମେସିନ ମଧ୍ୟରେ ତାଙ୍କ ହାତ ପଶି ଯାଇଥିଲା । ଫଳରେ ତାଙ୍କ ହାତଟି ମେସିନ ଭିତରେ କଟିଯାଇଥିଲା ଚିତ୍କାର ଶୁଣି ପାଖରେ ଥିବା ପରିବାର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର  କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତି କରାଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.