ଅକ୍ଷୟ ତୃତୀୟାରେ ଅଶୁଭ ଖବର: ବଜ୍ରାଘାତରେ ଚାଲିଗଲା ଚାଷୀର ଜୀବନ

Published By : Prameya-News7 Bureau | April 26, 2020 IST

ବାଲେଶ୍ବର୨୬/୪: ଅକ୍ଷୟ ତୃତୀୟାରେ ବଜ୍ରାଘାତରେ ଚାଲିଗଲା ଚାଷୀର ଜୀବନ। ବଜ୍ରଘାତ ପରେ ପରିବାର ଲୋକେ ପ୍ରଫୁଲ ଘରେ ନ ଥିବାରୁ ତାଙ୍କୁ ଖୋଜିଥିଲେ । କିଛି ସମୟ ପରେ ଖତ ଗଢିଆ ପାଖରେ ଅଚେତ ଅବସ୍ତାରେ ପଡିଥିବା ପରିବାର ଲୋକେ ଦେଖିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ସୋର ଡାକ୍ତରଖାନା ଆଣିଥିଲେ ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପରି ଦୁଃଖଦ ଘଟଣା ଘଟିଛି ସୋର ଥାନା ଅନ୍ତର୍ଗତ ମାଣିପୁର ପଞ୍ଚାୟତ ଛତରା ବାବୁପାଟଣା ଗ୍ରାମରେ । ସୂଚନା ଅନୁସାରେ ବାବୁପାଟଣା ଗ୍ରାମର ଗୈରାଙ୍ଗ ବେହେରାଙ୍କ ପୁଅ ପ୍ରଫୁଲ ବେହେରା ଅକ୍ଷୟ ତୃତୀୟା ପାଇଁ ଖତ ଆଣିବାକୁ ଯାଇଥିବା ବେଳେ ବଜ୍ରାଘାତା ହୋଇଥିଲା। ଏହି ବଜ୍ରଘାତାରେ ପ୍ରଫୁଲ ଚେତା ଶୂନ୍ୟ ହୋଇ ପଡିଥିବା ବେଳେ ପରିବାର ଲୋକେ  ସୋର ଡାକ୍ତରଖାନାକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି। ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.