ପଙ୍ଗପାଳ ନା ଝିଣ୍ଟିକା...? ଚିନ୍ତାରେ ଚାଷୀ

Published By : Prameya-News7 Bureau | June 04, 2020 IST

ବରଗଡ଼୪/୬: ପଙ୍ଗପାଳ ଆତଙ୍କରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆତଙ୍କ ଖେଳି ଯାଇଛି। ବରଗଡ଼ ଜିଲ୍ଲାରେ ଗୋଡ଼ଭଗାର ଲହଣ୍ଡା ରାସ୍ତା କଡରେ ପଙ୍ଗପାଳ ପରି ଦେଖା ଯାଉଥିବା ଝିଣ୍ଟିକାକୁ ଦେଖି ଚାଷୀମାନେ ଚିନ୍ତାରେ ଅଛନ୍ତି। ଗତକାଲି ରାତିରୁ କିଛି ଚାଷୀ ଏହାକୁ ଦେଖି ସ୍ଥାନୀୟ ଚାଷୀଙ୍କୁ ସତର୍କ ରହିବାକୁ ସୂଚନା ଦେଇଥିଲେ। ଏହି ପଙ୍ଗପାଳ ଭଳି ଦେଖାଯାଉଥିବା ଝିଣ୍ଟିକାମାନେ  ଅରଖ, କପା ଓ ଶିଶୁ ଗଛରେ ବସି ଗଛର ପତ୍ରକୁ ସମ୍ପୂର୍ଣ ଖାଇ ଦେଉଛନ୍ତି। ତେବେ କାଳେ ପନିପରିବା ଓ ଧାନ  ଫସଲ ନଷ୍ଟ କରି ଦେବେ ଏ ନେଇ ଜିଲ୍ଲା କୃଷି ବିଭାଗକୁ ସୂଚନା ଦେଇଥିଲେ ଗାଁ ଲୋକେ।

ତେବେ କୃଷି ବିଭାଗର ଗ୍ରାମ କୃଷି କର୍ମଚାରୀ ଓ ବ୍ଲକ କୃଷି ଅଧିକାରୀ ପ୍ରଥମେ ସେହିସ୍ଥାନରେ ଅନୁଧ୍ୟାନ କଲା ପରେ ଜିଲ୍ଲା କୃଷି ଅଧକାରୀଙ୍କୁ ଜଣାଇଥିଲେ ତେବେ ଆଜି କୃଷି ଅଧିକାରୀ ସର୍ଭିଲେନ୍ସ ଟିମ୍ ଓ କୃଷି ବିଜ୍ଞାନ ଅଧିକାରୀମାନେ ପହଁଞ୍ଚି ନିରୀକ୍ଷଣ କରୁଛନ୍ତି। ସେହିପରି କିଛିଦିନ ତଳେ କେନ୍ଦୁଝର ଜିଲ୍ଲାରେ ପଙ୍ଗପାଳ ପରି ଦେଖାଯାଉଥିବା ଝିଣ୍ଟିକା ଦେଖାଯାଇଥିଲେ। ସେଠାକାର ଚାଷୀମାନେ ମଧ୍ୟ ଭୟଭୀତ ହେବା ସହ ସ୍ଥାନୀୟ ଅଞ୍ଚଳରେ  ଆତଙ୍କ  ସୃଷ୍ଟି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.