Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଚାଲିଯାଇଛି ବାତ୍ୟା ଅମ୍ଫାନ, ହେଲେ ଛାଡି ଯାଇଛି ଛାପ: ଭାଙ୍ଗି ଦେଇଛି ଚାଷୀ ପୁଅର ଅଣ୍ଟା

21/05/2020 at 8:47 PM

ବାଲେଶ୍ବର୨୧/୫: ଚାଲିଯାଇଛି ବାତ୍ୟା ଅମ୍ଫାନ, ହେଲେ ଛାଡି ଯାଇଛି ଛାପ । ଉଜାଡି ଦେଇଛି ହେକ୍ଟର ହେକ୍ଟର ଚାଷ । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ । ବାଲେଶ୍ବର ଏବଂ ଭଦ୍ରକରେ ପ୍ରବଳ ବର୍ଷା ଏବଂ ପବନ ପାଇଁ ବ୍ୟାପକ ଫସଲ ନଷ୍ଟ ହୋଇଛି । କେନ୍ଦ୍ରାପଡା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ବି  ଧାନ, ପାନ, ମୁଗ, ବିଗି, ପନିପରିବା ଫସଲ ନଷ୍ଟ କରିଛି ବାତ୍ୟା ।

ପବନ ଏବଂ ବର୍ଷା ମାଡରେ ଶୋଇ ଯାଇଛି ହେକ୍ଟର ହେକ୍ଟର ଧାନ ଫସଲ । ପାଚିଲା କ୍ଷେତରେ ଲହଡି ମାରୁଛି ପାଣି । ଅମ୍ଫାନ ବାତ୍ୟା ଓଡିଶା ଉପକୂଳ ଅତିକ୍ରମ କଲାବେଳେ ଭାଙ୍ଗି ଦେଇଛି ଚାଷୀପୁଅର ଅଣ୍ଟା । ପାଣିରେ ଭାସୁଛି ଧାନ । ଏହାକୁ ଦେଖି କେମିତି ବା ଧୈର୍ଯ୍ୟ ଧରନ୍ତା ଚାଷାପୁଅ । ବାଲିଆପାଳ, ସୋର, ଖଇରା ବ୍ଲକରେ ବି ସମାନ ଅବସ୍ଥା । ବାଲେଶ୍ବର ଜିଲ୍ଲାରେ  ୩୨ ହଜାର ୩୪  ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ୨୪ ହଜାର ହେକ୍ଟର ଧାନ ଫସଲ ବାତ୍ୟାରେ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । କେବଳ ଧାନ ନୁହେଁ, ବାଲେଶ୍ବର ଜିଲ୍ଲାର ୧୨ ଟି ବ୍ଲକରେ ପନି ପରିବା, ଚିନାବାଦାମ ଚାଷ ମଧ୍ୟ ନଷ୍ଟ ହୋଇଛି ।

ବାଲେଶ୍ବର ଭଳି ଭଦ୍ରକ ଜିଲ୍ଲାରେ ବି ବ୍ୟାପକ ଫସଲ ନଷ୍ଟ କରିଛି ବାତ୍ୟା । ୪ ମାସ ଧରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି।  ଧାନ, ପନି ପରିବା, ଆଖୁ ଏବଂ ବିଭିନ୍ନ ଡାଲି ଜାତୀୟ ଫସଲ ନଷ୍ଟ ହୋଇଛି ।  ଧାମରାରେ ସମୁଦ୍ର ଜୁଆର ମାଡି ଆସିବାରୁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । କରୋନା କଟକଣା ସ୍ଵତ୍ବେ ବିଭିନ୍ନ ଉପାୟରେ କୀଟନାଶକ, ସାର, ବିହନ ସଂଗ୍ରହ କରି ଚାଷ କରିଥିଲା ଚାଷୀ । କିନ୍ତୁ ଠିକ୍ ଅମଳ ସମୟରେ ବାତ୍ୟା ସେମାନଙ୍କ ମୁହଁରୁ ହସ ଛଡାଇନେଇଛି ।  

ବାତ୍ୟା ଉଜାଡି ଦେଇଛି ଚାଷୀର ସ୍ବପ୍ନ । ପାଚିଲା ମୁଗ କ୍ଷେତରେ ଲହଡି ମାରୁଛି ପାଣି । ନଷ୍ଟ ହେବାକୁ ବସିଛି ହେକ୍ଟର ହେକ୍ଟର ମୁଗ ଫସଲ । କେବଳ କେନ୍ଦ୍ରାପଡା ବ୍ଲକ ନୁହେଁ ଜିଲ୍ଲାର ଅଧିକାଂଶ ସ୍ଥାନରେ ଡାଲି ଜାତୀୟ ଫସଲ ସହ ପନିପରିବା, ଧାନ ଉଜୁଡିବା ଉପରେ ।  ସମାନ ଅବସ୍ଥା ଜଗତସିଂହପୁ ଜିଲ୍ଲାରେ । ଏଠି ବାତ୍ୟା ଉଡାଜି ଦେଇଛି ଚାଷୀର କ୍ଷେତ । ଧାନ, ପାନ, ପନିପରିବା କ୍ଷେତ ନଷ୍ଟ ହୋଇଛି । ଅନେକ ପାନ ବରଜ ମାଟିରେ ଶୋଇ ଯାଇଛି । ଏ ଦୃଶ୍ୟ  ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତର । ଛାରଖାର ହୋଇଯାଇଛି ଶହ ଶହ ପାନ ବରଜ । ପରିବାର ପ୍ରତିପୋଷଣର ମାଧ୍ୟମ ଉଜୁଡିଯିବା ପରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର  ଏବଂ କଟକ ଜିଲ୍ଲା ନିଆଳି ଅଞ୍ଚଳରେ ମଧ୍ୟ ଶତାଧିକ ପାନ ବଜର ଧରାଶାୟୀ ହୋଇଛି । କ୍ଷୟକ୍ଷତିର ଉପଯୁକ୍ତ ଆକଳନ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି ।

   Related Posts