Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କରୋନାକୁ ଏତେ ଭୟ: ସଂକ୍ରମଣ ଯୋଗୁଁ ପଡୋଶୀର ମୃତ୍ୟୁ ପରେ ୧୫ ମାସ ଯାଏଁ ଘରେ ବନ୍ଦୀ ହୋଇ ରହିଥିଲା ପରିବାର

22/07/2021 at 8:04 PM

ହାଇଦ୍ରାବାଦ ୨୨/୦୭ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀରେ ଅଧିକାରୀମାନେ ବୁଧବାର ଦିନ ଏକ ପରିବାରକୁ ଉଦ୍ଧାର କରିଛନ୍ତି ଯେଉଁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। କଦାଲି ଗାଁର ଏହି ପରିବାର କରୋନା ଭୟ ହେତୁ ପ୍ରାୟ ୧୫ ମାସ ଘରେ ବନ୍ଦୀ ହୋଇଥିଲେ। ଯେତେବେଳେ କୌଣସି ସ୍ୱାସ୍ଥ୍ୟ କର୍ମୀ ସେମାନଙ୍କ ଘରକୁ ଯାଉଥିଲେ ଏମାନେ କିଛି ଜବାବ ଦେଉନଥିଲେ। ସେଥିପାଇଁ ଏମାନଙ୍କ ସ୍ଥିତି ଜଣାପଡ଼ିନଥିଲା।

କଦାଲି ସରପଞ୍ଚ ଚୋପାଲା ଗୁରୁନାଥ କହିଛନ୍ତି ଯେ ରୁଥାମ୍ମା (୫୦), କାନ୍ତାମଣି (୩୨) ଏବଂ ରାନୀ (୩୦) ନିଜକୁ ଘରେ ବାନ୍ଧି କରିଦେଇଥିଲେ। ତାଙ୍କର ଜଣେ ପଡ଼ୋଶୀଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା। ସେମାନେ କରୋନାରେ ଆକ୍ରାନ୍ତ ହୋଇଯିବା ଭୟରେ ୧୫ ମାସ ଯାଏଁ ଘରେ ବନ୍ଦୀ ହୋଇ ରହିଥିଲେ।

ସରପଞ୍ଚ ସେତେବେଳେ ପୋଲିସକୁ ସୂଚନା ଦେଇଥିଲେ ଯେତେବେଳେ ସରକାରୀ ଆବାସ ଯୋଜନା ଅଧୀନରେ ଥିବା ଜଣେ କର୍ମଚାରୀ ଏହି ଲୋକଙ୍କ ଆଙ୍ଗୁଠି ଛାପ ନେବାକୁ ପହଞ୍ଚିଥିଲେ, ସେତେବେଳେ ସେ ଜାଣିବାକୁ ପାଇଥିଲେ ଏମାନେ ନିଜ ଘରେ ବନ୍ଦୀ ହୋଇ ରହିଛିନ। ସେ ସରପଞ୍ଚ ଏବଂ ଅନ୍ୟ ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସରପଞ୍ଚ କହିଛନ୍ତି ଯେ ୧୫ ମାସ ଘରେ ତାଲା ପକାଇ ରହିଥିବାରୁ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଯେତେବେଳେ ସରପଞ୍ଚ ଏ ବିଷୟରେ ଜାଣିବାକୁ ପାଇଲୁ ସେ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ କହିଛି ଯେ ଯେତେବେଳେ ଏହି ଲୋକଙ୍କୁ ଘରୁ ବାହାର କରାଯାଇଥିଲା ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିଲା। ଏମାନେ ଅନେକ ଦିନରୁ ନା ଗାଧୋଇ ଥିଲେ ନା କେଶ କାଟି ଥିଲେ। ପୋଲିସ ତୁରନ୍ତ ଏମାନଙ୍କୁ ହସ୍ପିଟାଲ ନେଇଯାଇଥିଲା। ହସ୍ପିଟାଲରେ ବର୍ତ୍ତମାନ ଏମାନଙ୍କ ଚିକିତ୍ସା ଚାଲିଛି।

   Related Posts