ଘର ଉପରକୁ ବଜ୍ରପାତ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

Published By : Prameya-News7 Bureau | July 22, 2020 IST

ପାଟଣା୨୨/୭: କେନ୍ଦୁଝର ଜିଲ୍ଳା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମ ମୁଣ୍ଡା ସାହିରେ ବୁଧବାର ସନ୍ଧ୍ୟାରେ ମାର୍କଣ୍ଡ ମୁଣ୍ଡାଙ୍କ ଘର ଉପରେ ବଜ୍ରପାତ ଯୋଗୁଁ ଆଜବେଷ୍ଟସ ଘର ଛପର ଫାଟି ଗଳି ପଡିଛି। ବୁଧବାର ସନ୍ଧ୍ୟାରେ ପାଟଣା ଅଞ୍ଚଳରେ ପ୍ରବଳ ବଜ୍ରପାତ ହୋଇଥିଲା। ଏଥିରେ ସ୍ବାମ ମୁଣ୍ଡାସାହିର ମାର୍କଣ୍ଡଙ୍କ ଘର ଉପରେ ବଜ୍ରପାତ ଘଟିବା ଫଳରେ ତାଙ୍କ ଘର ଆଜବେଷ୍ଟସ ଖଣ୍ଡ ଖଣ୍ଡ ହୋଇ ଗଳି ପଡିଥିବା ବେଳେ ତାଙ୍କର ଦୁଇ ଶିଶୁ ପୁତ୍ର ଓ ଜଣେ ଶିଶୁ କନ୍ୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାର୍କଣ୍ଡ ଅତ୍ୟନ୍ତ ଦରିଦ୍ର ପରିବାରର ଲୋକ ହୋଇଥିବାରୁ ତାଙ୍କୁ ସରକାରଙ୍କ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.