ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର ମାମଲା : nhrc ଟିମ୍ କୁ ଭେଟିଲେ ଅଭିଯୁକ୍ତଙ୍କ ପରିଜନ, ଜାଣନ୍ତୁ କହିଛନ୍ତି କ'ଣ?

Published By : Prameya-News7 Bureau | December 09, 2019 IST

ହାଇଦ୍ରାବାଦ ୯।୧୨: ମହିଳା ପ୍ରାଣୀ ଧନ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର ମାମଲାର ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ତଦନ୍ତ ହାଇଦ୍ରାବାଦରେ ଜାରି ରହିଛି। ଏହି କ୍ରମରେ ସୋମବାର ଏନଏଚଆରସିଙ୍କ ଟିମ ଉଭୟ ପୋଲିସ ଗୁଳିରେ ମୃତ ଅଭିଯୁକ୍ତ ଓ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି। ଏଥିଲାଗି ସେମାନଙ୍କୁ ତେଲେଙ୍ଗାନା ପୋଲିସ ଆକାଡେମୀ ପରିସରକୁ ଡକାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାଠାରୁ ଆରମ୍ଭ କରି ଏନକାଉଣ୍ଟର ପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନଥିବା ଅଭିଯୁକ୍ତଙ୍କ ପରିବାର ଅଭିଯୋଗ କରିଛନ୍ତି। 

{"id":195769,"sizeSlug":"large"}

ଏନଏଚଆରସିଙ୍କ ଟିମ୍‌କୁ ପରିବାରମାନେ ଭେଟିବା ବେଳେ ୨ ଅଭିଯୁକ୍ତଙ୍କ ପରିବାର ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଥିଲେ। ତେବେ  ଜଣେ ଅଭିଯୁକ୍ତଙ୍କ ପିତା ଓ ଭଉଣୀ ଏନଏଚଆରସିଙ୍କ ଟିମ ସହ କଥାବାର୍ତ୍ତା କରିଥିଲେ। ପୋଲିସ ଘଟଣାରେ ସେମାନଙ୍କୁ ଏପର୍ଯ୍ୟନ୍ତ ଅନ୍ଧକାରରେ ରଖିଥିବା ମୃତ ଅଭିଯୁକ୍ତଙ୍କ ଭଉଣୀ ଏନଏଚଆରସିଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ଏନଏଚଆରସି ଟିମ୍ ମୃତ ପ୍ରାଣୀଧନ ଡାକ୍ତରଙ୍କ ପରିବାରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏଥିରେ ମୃତ ଡାକ୍ତରଙ୍କ ପରିବାର ଘଟଣା ପୂର୍ବରୁ ପୋଲିସର ଉଦାସୀନତାକୁ ନେଇ ଅସନ୍ତୁଷ୍ଟ ଥିବା ଜଣାପଡିଛି।

{"id":195770,"sizeSlug":"large"}

ତେବେ କେବଳ ଅଭିଯୁକ୍ତ ଅଥବା ପୀଡିତାଙ୍କ ପରିବାର ନୁହେଁ ଏନଏଚଆରସି ଟିମ୍ ଏନକାଉଣ୍ଟରରେ ସମ୍ପୃକ୍ତ ପ୍ରତି ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ମଧ୍ୟ ଘଟଣା ନେଇ ପଚରାଉଚରା କରିଛନ୍ତି। ତେବେ ଏନଏଚଆରସି ଟିମ୍ ଏପର୍ଯ୍ୟନ୍ତ ତାଙ୍କ ତଦନ୍ତ ନେଇ କୌଣସି ସୂଚନା ଦେଇନହାନ୍ତି। ହେଲେ ଏଭଳି ଏନକାଉଣ୍ଟର ଘଟଣାରେ ପୋଲିସ ଉପରକୁ ଅନେକ ପ୍ରଶ୍ନ ଉଠିବ ବୋଲି କହିଛନ୍ତି।

{"id":195771,"width":581,"height":356,"sizeSlug":"large"}

ଏନଏଚଆରସି ଟିମ୍ ମହବୁବନଗର ସରକାରୀ ହସ୍ପିଟାଲରେ ସଂରକ୍ଷିତ ମୃତ ଅଭିଯୁକ୍ତଙ୍କ ଶବ ଯାଞ୍ଚ କରିବା ବେଳେ ଜଣେ ଅଭିଯୁକ୍ତର ଛାତିରେ ୩ଟି ଓ ଅଣ୍ଟା ତଳକୁ ଗୋଟିଏ ଗୁଳି ଲାଗିଥିବା ଦେଖିଛନ୍ତି। ସେହିପରି ଅନ୍ୟ ୩ ଅଭିଯୁକ୍ତଙ୍କ ଦେହରେ ୨ଟି ଲେଖାଏଁ ଗୁଳି ଲାଗିଥିବା ବେଳେ ସବୁ ଗୁଳି ଅତି ନିକଟରୁ ଚଳାଯାଇଥିବା ଅନୁମାନ କରିଛନ୍ତି। ତେବେ ଫରେନସିକ୍ ଓ ବାଲିଷ୍ଟିକ୍ ରିପୋର୍ଟକୁ ଏନଏଚଆରସି ଟିମ୍ ଏବେ ଅପେକ୍ଷା କରିଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.