ଶ୍ରୀଲଙ୍କାରେ ଆତ୍ମଘାତୀ ହମଲା କରିଛି ଏହି ଧନୀ ପରିବାର : ଗୋଟିଏ ପରିବାର ପାଇଁ ଶ୍ରୀଲଙ୍କାରେ ହାହାକାର

Published By : Prameya-News7 Bureau | April 25, 2019 IST

କଲମ୍ବୋ ୨୫/୪ : ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ରହୁଥିବା ଫତିମା ଫାଯଲ କେବେ ସ୍ବପ୍ନରେ ମଧ୍ୟ ଭାବିନଥିଲେ ଯେ, ତାଙ୍କ ପଡୋଶୀରେ ରହୁଥିବା ଧନୀ ବ୍ୟକ୍ତି ଦିନେ ଦେଶରେ ଏହିଭଳି ଭୟଙ୍କର ହମଲା କରିବ |
ମହାବେଲା ଗାର୍ଡେନ୍ସର ହ୍ୱାଇଟ ହାଉସରେ ରହୁଥିବା ୨ ଭାଇ ଶ୍ରୀଲଙ୍କା ଆତ୍ମଘାତୀ ହମଲାର ମୁଖ୍ୟ ଖିଲାଡୀ | ରବିବାର ଦିନ ଇଷ୍ଟର ପର୍ବ ପାଳନ ବେଳେ ସହରରେ ହୋଇଥିବା ଆତ୍ମଘାତୀ ହମଲାରେ ୩୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି | ଏବେ ମଧ୍ୟ ଅନେକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି | ଇସ୍ଲାମିକ ଷ୍ଟେଟ ବା ଆଇଏସ ସଂଗଠନ ଏହି ହମଲା ପାଇଁ ନିଜକୁ ଦାୟୀ କରିଛି | ସିଲସିଲେବାରର ୩ଟି ଚର୍ଚ୍ଚ ଏବଂ ୪ଟି ହୋଟେଲରେ ଆତ୍ମଘାତୀ ହମଲା ହୋଇଥିଲା |

{"id":107077}


ପରିବାରର ଜଣେ ନିକଟ ସମ୍ପର୍କୀୟ କହିଛନ୍ତି ଯେ, ୩୩ ବର୍ଷ ବୟସ୍କ ଇନ୍ସାଫ ଇବ୍ରାହିମ ଲଜ୍ଜରି ହୋଟେଲ ସାଙ୍ଗରିଲାରେ ବ୍ରେକଫାଷ୍ଟ କରିବା ପାଇଁ ଲାଇନରେ ଛିଡା ହୋଇଥିବାବେଳେ ଆତ୍ମଘାତୀ ବିସ୍ଫୋରଣ କରିଥିଲା |

{"id":107085}


ହମଲା ପରେ ପୋଲିସ ଯେତେବେଳେ ଇବ୍ରାହିମ ଘରେ ଚଢ଼ାଉ କରିଥିଲା, ସାନ ଭାଇ ଇଲହଂ ଇବ୍ରାହିମ ନିଜ ଘରେ ବୋମା ବିସ୍ଫୋରଣ କରି ନିଜକୁ ଉଡାଇଦେଇଥିଲା | ଏହି ଆତ୍ମଘାତୀ ହମଲାରେ ଇଲହଂଙ୍କ ପତ୍ନୀ ଏବଂ ତାଙ୍କ ୩ ଶିଶୁଙ୍କ ମୃତ୍ୟୁ ହୋଇଥିଲା | ଇବ୍ରାହିମଙ୍କ ଘର ସମ୍ମୁଖରେ ରହୁଥିବା ଫତିମା ଫାଯଲ କହିଛନ୍ତି ଯେ, ସେମାନେ ଭଲ ଲୋକ ଭଳି ଜଣାପଡୁଥିଲେ | ସେ ତାଙ୍କୁ ବହୁତ ଧନୀ ଏବଂ ସେଲେବ୍ରିଟୀ ବୋଲି ଭାବୁଥିଲେ | ଇବ୍ରାହିମ ଘରେ ଆତ୍ମଘାତୀ ବିସ୍ଫୋରଣ ପରେ ପୋଲିସ ଇବ୍ରାହିମଙ୍କ ଘରକୁ ସିଲ କରିଦେଇଛି |

{"id":107079}


ଦୁଇ ଭାଇଙ୍କ ପିତା ମହମ୍ମଦ ଇବ୍ରାହିମଙ୍କୁ ପୋଲିସ ଗିରଫ କରିଛି | ଇବ୍ରାହିମ ଜଣେ ସମୃଦ୍ଧ ମସଲା ବ୍ୟବସାୟୀ | ସେହି ଅଂଚଳର ବ୍ୟବସାୟୀଙ୍କ ମଧ୍ୟରେ ତାଙ୍କର ପ୍ରଭୃତ୍ୱ ଅଛି | ତାଙ୍କର ୬ ପୁଅ ଏବଂ ୩ ଝିଅ |

{"id":107080}


ମହମ୍ମଦ ଇବ୍ରାହିମ କଲମ୍ବୋ ଆଧାରିତ ଈଶାନା ଏକ୍ସପୋର୍ଟର ଫାଉଣ୍ଡର | ୱେବସାଇଟରେ ୨୦୦୬ ମସିହାର ଶ୍ରୀଲଙ୍କାର ସବୁଠାରୁ ବଡ ମସଲା ବ୍ୟବସାୟ ବୋଲି ଦର୍ଶ ଯାଇଥିଲା | ତାଙ୍କର ବହୁତ ପ୍ରଶଂସା ହୁଏ | କଲମ୍ବୋର ମୁସଲମାନ ସମ୍ରଦାୟ ଏବଂ ପଡୋଶୀଙ୍କ କହିବାନୁଯାୟୀ, ଇବ୍ରାହିମ ରାଜଧାନୀର ସବୁଠାରୁ ସମୃଦ୍ଧ ପରିବାର ମଧ୍ୟରୁ ଜଣେ ଥିଲେ | ପୁରା ଦେଶର ବ୍ୟବସାୟୀ ଏବଂ ରାଜନୈତିକ ପରିବାର ସହ ତାଙ୍କର ସମ୍ପର୍କ ଥିଲା | ସେ ଗରିବଙ୍କୁ ଖାଇବା ପାଇଁ ଦେଉଥିଲେ ଏବଂ ଆର୍ଥିକ ସାହାଯ୍ୟ ମଧ୍ୟ କରୁଥିଲେ | ସେହି ମହାନ ବ୍ୟକ୍ତିଙ୍କ ପୁଅମାନେ ଏହିଭଳି କରିଥିବେ ବୋଲି ବିଶ୍ୱାସ ହେଉନାହିଁ ବୋଲି କହିଛନ୍ତି ଫତିମା ଫାଯଲ | ସେମାନଙ୍କ କାରନାମା ପାଇଁ ପୁରା ମୁସଲମାନ ସମ୍ପ୍ରଦାୟକୁ ସନ୍ଦେହ କରାଯିବ ବୋଲି କହିଛନ୍ତି |

{"id":107086}


ସୂତ୍ର ଅନୁଯାୟୀ, ୩୧ ବର୍ଷ ବୟସ୍କ ଇଲହଂ ଇବ୍ରାହିମ ଖୋଲାଖୋଲି ଭାବେ କତ୍ତରପନ୍ଥୀ ବିଚାରଧାରାକୁ ଜାହିର କରୁଥିଲେ | ଚରମପନ୍ଥୀ ସଂଗଠନ ନ୍ୟାସନାଲ ତୌହିଦ ଜମାତ ବୈଠକରେ ମଧ୍ୟ ସେ ସାମିଲ ହେଉଥିଲା |
ମସଲା କମ୍ପାନୀର ଲିଙ୍କ କପର କାରଖାନା ସହ ଯୋଡ଼ା ଯାଉଛି | ଇଷ୍ଟର ହମଲାର ଛାନଭିନ ପାଇଁ ପୋଲିସ ଏହି କାରଖାନାର ଯାଞ୍ଚ କରୁଛି | ଉଭୟ କମ୍ପାନୀର ୱେବସାଇଟରେ ଗୋଟିଏ ହିଁ ନମ୍ବର ଦିଆଯାଇଥିଲା | କପର କାରଖାନାର ୯ ଶ୍ରମିକଙ୍କୁ ଗିରଫ କରାଯାଇଥିଲା | ୯ ଶ୍ରମିକଙ୍କୁ କୋର୍ଟ ଚାଲାଣ କରାଯାଇଥିଲା | ରବିବାର ଦିନ ହୋଇଥିବା ବିସ୍ଫୋରଣରେ ବୋମା ତିଆରି ପାଇଁ ସେମାନେ ଉପକରଣ ଯୋଗେଇଥିବା ସନ୍ଦେହ କରାଯାଉଛି |

{"id":107082}


ଶ୍ରୀଲଙ୍କାର ମୁସଲିମ କାଉନ୍ସିଲ ଅଧ୍ୟକ୍ଷ ହିଲାମୀ ଅହମଦ କହିଛନ୍ତି ଯେ, ଇବ୍ରାହିମ ତାଙ୍କ ସମ୍ପ୍ରଦାୟ ଜଣେ ବିଶିଷ୍ଟ ସଦସ୍ୟ ଥିଲେ | ଇବ୍ରାହିମ ବହୁତ ଧନୀ ଥିଲେ | ତାଙ୍କ ପୁଅ ବିଦେଶରେ ପାଠପଢି ଆସିଥିଲେ | ଇବ୍ରାହିମ ନିଜ ପୁଅମାନଙ୍କ ଯୋଜନା ସମ୍ପର୍କରେ ପୂର୍ବରୁ ଅବଗତ ନଥିବେ ବୋଲି ସେ କହିଛନ୍ତି |

{"id":107076}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.