Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ମାର୍ଚ୍ଚ ୧୭ରେ ତିହାର ଜେଲ୍‌ରେ ପହଞ୍ଚିବେ ଜଲ୍ଲାଦ: ୩ ଦିିନରେ କ’ଣ ରହିଛି କାର୍ଯ୍ୟକ୍ରମ?

16/03/2020 at 3:10 PM

ନୂଆଦିଲ୍ଲୀ୧୬/୩: ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ନିର୍ଭୟା ମାମଲାର ଚାରି ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ। ସାରା ଦେଶବାସୀ ଉତ୍କଣ୍ଠାର ସହ ସେହି ଦିନକୁ ଅପେକ୍ଷା କରିଛନ୍ତି। ସେଥିପାଇଁ ତିହାର ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ମାର୍ଚ୍ଚ ୧୭  ତାରିଖରେ ତିହାର ଜେଲ୍‌ରେ ଜଲ୍ଲାଦ ପହଞ୍ଚିବେ। ଯିଏ କି ଚାରି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବେ।

ତେବେ ନିର୍ଭୟା ଦୋଷୀଙ୍କ ପୂର୍ବ ଡେଥ୍ ଓ୍ବାରେଣ୍ଟ ବା ଫାଶୀ ତାରିଖର ୨ ଦିନ ପୂର୍ବରୁ ଜଲ୍ଲାଦ ଜେଲ୍‌ରେ ପହଞ୍ଚିଥିଲେ। କିନ୍ତୁ ଏଥର ଫାଶୀ ତାରିଖରେ ତିନିଦିନ ପୂର୍ବରୁ ଜେଲ୍‌ରେ ପହଞ୍ଚିବେ ବୋଲି ତିହାର ଜେଲ୍‌ ପ୍ରଶାସନ ସୂଚନା ଦେଇଛନ୍ତି। ତିହାର ଜେଲ୍‌ର ଅଧିକାରୀଙ୍କ କହିବା ଅନୁସାରେ ମାର୍ଚ୍ଚ ୧୮ ଓ ୧୯ ତାରିଖରେ ଫାଶୀ ପାଇଁ ପ୍ରସ୍ତୁତି ହେଉଥିବା କାର୍ଯ୍ୟର ତଦାରଖ ଜଲ୍ଲାଦ କରିବେ। ଏଥିସହ ଟ୍ରାଏଲ ମଧ୍ୟ କରିବେ।

ଏହା ପୂର୍ବରୁ ତିନିଥର ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଟିଳି ଯାଇଛି। ଏଥିସହ ଦୁଇଥର ଫାଶୀ ପାଇଁ ଜଲ୍ଲାଦ ଟ୍ରାଏଲ କରି ସାରିଥିଲେ। ଫାଶୀର ନିୟମ ଅନୁସାରେ, ଫାଶୀ ପୂର୍ବରୁ ଜଲ୍ଲାଦ ସମସ୍ତ କାର୍ଯ୍ୟକୁ ଅନୁଧ୍ୟାନ କରିବେ। ଦୋଷୀଙ୍କ ଶରୀରର ଓଜନ ମୁତାବକ ୪ଟି ପୁତଳିକା ପ୍ରସ୍ତୁତ ହେବ। ଏହାପରେ ଗୋଟିଏ ପରେ ଗୋଟିଏ ପୁତଳିକାକୁ ଫାଶୀରେ ଝୁଲାଇ ଜଲ୍ଲାଦ ଟ୍ରାଏଲ କରିବେ।

ଅନ୍ୟପଟେ ୨୦୧୨ର ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ଦିଆଯିବ। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ମୃତ୍ୟୁ ପରଓ୍ଵାନା (ଡେଥ୍ ଓ୍ଵାରେଣ୍ଟ) ଜାରି କରିଛନ୍ତି। ମାତ୍ର ଦୋଷୀଙ୍କ ପକ୍ଷରୁ ଫାଶୀ ଘୁଞ୍ଚାଇବା ଲାଗି ଯଥା ସମ୍ଭବ ପ୍ରୟାସ ଜାରି ରହିଛି। ଏହା ମଧ୍ୟରେ ନିର୍ଭୟାଙ୍କ ମା ଆଶା ଦେବୀ କହିଛନ୍ତି ମାର୍ଚ୍ଚ ୨୦ ସକାଳ ଆମ ଜୀବନର ସକାଳ ହେବ। ଦୋଷୀଙ୍କୁ ଫାଶୀ ହେବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ। ଏହା ସହିତ ଆଶା ଦେବୀ କହିଛନ୍ତି ଯଦି ସୁଯୋଗ ମିଳେ ତେବେ ସେ ଦୋଷୀଙ୍କୁ ମରିବା ଦେଖିବାକୁ ଚାହିଁବେ।

   Related Posts