ଭାରତରେ ଅବୈଧ ଅନୁପ୍ରେବଶ ଲାଗି ପୂର୍ବତନ ମାଲଦ୍ୱୀପ ଉପରାଷ୍ଟ୍ରପତି ଗିରଫ, ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | August 01, 2019 IST

ଟୁଟିକୋରିନ ୧।୮: ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମଦ ଅଦିବଙ୍କୁ ୧ ଅଗଷ୍ଟ ଗୁରୁବାର ଦିନ ଭାରତରେ ଅବୈଧ ଅନୁପ୍ରବେଶ ଅଭିଯୋଗରେ ଗିରଫ କରାଯାଇଛି। ତଦନ୍ତକାରୀ ସଂସ୍ଥାନ ତାଙ୍କୁ ତାମିଲନାଡୁର ଟୁଟିକୋରିନରେ ଗିରଫ କରିଛନ୍ତି। ଅଦିବ ସମୁଦ୍ର ରାସ୍ତାରେ ଭାରତରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଯାହାକୁ ସୁରକ୍ଷା ଏଜେନ୍ସୀମାନେ ବିଫଳ କରିବା ସହ ତାଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି।

{"id":139829}

ପୂର୍ବତନ ମାଲଦ୍ୱୀ ଉପରାଷ୍ଟ୍ରପତିଙ୍କ ଗିରଫଦାରୀନେଇ ମିଡିଆ ରିପୋର୍ଟର ଅନୁସନ୍ଧାନ କରାଯାଉଥିବା ଭାରତୀୟ ବିଦେଶମନ୍ତ୍ରାଳୟ ସୂଚନା ଦେଇଛନ୍ତି। ଅନୁରୂପଭାବେ ମନ୍ତ୍ରାଳୟ ଘଟଣା ନେଇ ମାଲଦ୍ୱୀପ ସରକାରଙ୍କ ସହ ଯୋଗାଯୋଗରେ ଥିବା ସୂଚନା ଦେଇଛନ୍ତି। ଅନ୍ୟପଟେ ପୂର୍ବତନ ଉପରାଷ୍ଟ୍ରପତି ‘ଭିର୍ଗୋ-୯’ନାମକ ଏକ କାର୍ଗୋ ଜାହାଜରେ ଭାରତ ଆସିଥିବା ସୂଚନା ମିଳିଛି। ସେ ନିଜକୁ ଜାହାଜର କ୍ରିୟୁମେମ୍ବର ବୋଲି କହୁଥିଲେ। ତେବେ ଜାହାଜରେ ପଡୋସୀ ରାଷ୍ଟ୍ରର ପୂର୍ବତନ ଉପ ରାଷ୍ଟ୍ରପତି ଥିବା ସୂଚନା ପାଇ କଷ୍ଟମ, କଷ୍ଟଗାର୍ଡ ଓ ଗୁଇନ୍ଦା ଏଜେନ୍ସୀ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

{"id":139830}

ଅଦିବ ୨୦୧୫ ମସିହା ଜୁଲାଇରୁ ନଭେମ୍ବର ମାସ ପର୍ଯ୍ୟନ୍ତ ମାଲଦ୍ୱୀପର ଉପରାଷ୍ଟ୍ରପତି ଥିଲେ। ତେବେ ତାଙ୍କର ଭାରତ ଅନୁପ୍ରବେଶ ନେଇ ଏବେ ଗହନ ତଦନ୍ତ କରାଯାଉଛି। ଅଦିବଙ୍କୁ ପଚରା ଉଚରା କରାଯାଉଥିବା ବେଳେ ଜାହାଜ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖାଯାଇଛି। ଅଦିବ ଜାହାଜକୁ କିପରି ଆସିଲେ, ଭାରତକୁ ଅନୁପ୍ରବେଶ ପଛରେ ତାଙ୍କର ଉଦ୍ଦେଶ୍ୟ କଣ ରହିଛି, କିଏ କେଉଁଠାରେ ଅଦିବଙ୍କୁ ଜାହାଜରେ ଉଠାଇଲା ସେ ନେଇ ତଦନ୍ତକାରୀ ଅଧିକାରୀମାନେ ପଚରା ଉଚରା ଚଳାଇଛନ୍ତି। ସୂଚନା ଯୋଗ୍ୟଯେ ଅଦିବ ତାଙ୍କ ଦେଶରେ ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଉଥିବା ଅଭିଯୋଗରେ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଏହା ଛଡା ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମଧ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.