ଅଭିନେତା ମଧୁର ମିତ୍ତଲଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଏବଂ ମାରପିଟ୍ ଅଭିଯୋଗ ଆଣିଲେ ପୂର୍ବତନ ପ୍ରେମିକା, ଥାନାରେ ମାମଲା

Published By : Prameya-News7 Bureau | February 25, 2021 IST

ମୁମ୍ବାଇ ୨୫/୦୨: ବଲିଉଡ୍ ଏବଂ ହଲିଉଡ୍ ରେ କାମ କରିସାରିଥିବା ଅଭିନେତା ମଧୁର ମିତ୍ତଲଙ୍କ ବିରୋଧରେ ମାରପିଟ ଏବଂ ଯୌନ ନିର୍ଯ୍ୟାତନାର ଅଭିଯୋଗ ହୋଇଛି । ଏହି ଅଭିଯୋଗ ତାଙ୍କର ପୂର୍ବତନ ପ୍ରେମିକା ଆଣିଛନ୍ତି । ଅଭିଯୋଗ କ୍ରମେ ମୁମ୍ବାଇ ପୋଲିସ ଅଭିନେତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ସୂଚନା ଅନୁଯାୟୀ, ମଧୁରଙ୍କ ବିରୋଧରେ ଖାର ପୋଲିସ ଥାନାରେ ମାରପିଟ କରି କ୍ଷତି ପହଞ୍ଚାଇବା ଏବଂ ଯୌନ ଦୁର୍ବ୍ୟବହାରର ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୋଗ ଆଣିଥିବା ଝିଅ ମଧୁରଙ୍କ ସହିତ ଗତ ବର୍ଷ ଡିସେମ୍ବରରେ ସାକ୍ଷାତ ହୋଇଥିଲେ । ଏହାର କିଛି ଦିନ ପରେ ମଧୁର ନିଶାସକ୍ତ ଅବସ୍ଥାରେ ତାଙ୍କ ସହିତ ଜୋର-ଜବରଦସ୍ତି କରିଥିଲେ ।  ପିଡିତାଙ୍କ ଓକିଲ କହିଛନ୍ତି, ଅଭିଯୋଗକାରୀ ଘଟଣାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ୧୧ ଫେବୃଆରୀରେ ମଧୁରଙ୍କ ସହିତ ସମସ୍ତ ସମ୍ପର୍କ ଛିଡାଇ ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ମଧୁର ଖୁବ୍ ରାଗିକି ଥିଲେ ଏବଂ ବିନା କୌଣସି କଥାବାର୍ତ୍ତା କରି ପିଡିତାଙ୍କ ରୁମ୍ ରେ ପସିଯାଇଥିଲେ ।  

Madhur mittal Archives - Divya Bharat ??

ମଧୁର ପିଡିତାଙ୍କ ଗଳାକୁ ଚିପି ଧରି ତାଙ୍କୁ ଚାପୁଡା ମାରିବା ସହ ତାଙ୍କ ଚୁଟି ଆଉ କାନକୁ ଟାଣି ଆଖି ତଳକୁ ଖେଞ୍ଚି ଦେଇଥିଲେ । ଏହା ଦ୍ୱାରା ପିଡିତାଙ୍କ ମୁହଁ, ବେକ, ଛାତି, ହାତ, ପିଠି, କାନ, ଏବଂ ଆଖିରେ କ୍ଷତି ପହଞ୍ଚିଥିବା ଅଭିଯୋଗରେ ଦର୍ଶାଯାଇଛି ।

ଜଣେ ପୋଲିସ ଅଧିକାରି କହିଛନ୍ତି, ମଧୁର ମିତ୍ତଲଙ୍କ ବିରୋଧରେ ଯୌନ ଶୋଷଣ ଏବଂ ମାରପିଟ ପାଇଁ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାଇ ଏକ ମାମଲା ରୁଜୁ କରାଯାଇ ଏହାର ଯାଞ୍ଚ କରାଯାଉଛି । କିନ୍ତୁ ଏହି ସବୁ ମାମଲାରେ ମଧୁରଙ୍କ ତରଫରୁ କୌଣସି ବୟାନ ମିଳି ନାହିଁ ।

ମଧୁର ମିତ୍ତଲ ଅନେକ ବଲିଉଡ୍ ଏବଂ ହଲିଉଡ୍ ଫିଲ୍ମରେ କାମ କରିସାରିଛନ୍ତି । ସେ ‘କହିଁ ପ୍ୟାର ନ ହୋ ଯାଏ’, ‘ସେ ସଲାମ ଇଣ୍ଡିଆ’ ଏବଂ ‘ମାତ୍ର’ ଭଳି ବଲିଉଡ୍ ଫିଲ୍ମରେ କାମ କରିସାରିଛନ୍ତି । ତାଙ୍କର ହଲିଉଡ୍ ଫିଲ୍ମ ‘ସ୍ଲମଡଗ୍ ମିଲେନିଅର’ ଏ ପର୍ଯ୍ୟନ୍ତ ଅନେକ ଓସ୍କର ଜିତି ସାରିଛି । ଫିଲ୍ମ ବ୍ୟତୀତ ମିତ୍ତଲ ଅନେକ ଟିଭି ସିରିଏଲ୍ ରେ ମଧ୍ୟ ନଜର ଆସିଛନ୍ତି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.