ରାଜ୍ୟପାଳଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି, କହିଲେ ଶ୍ରମିକଙ୍କ ଭିଡ ଓ ତବଲିଗି ଜମାତର ଆୟୋଜନ କରୋନା ଲଢେଇ ପ୍ରୟାସକୁ ଦେଲା ଶକ୍ତ ଧକ୍କା

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ ୦୪।୦୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନନ୍ଦ ବିହାରରେ ପ୍ରବାସୀ ଶ୍ରମିକଙ୍କ ଭିଡ ଜମିବା ଏବଂ ନିଜାମୁଦ୍ଦିନ ମରକଜରେ ତବଲିଗି ଜମାତର ଲୋକଙ୍କ ସାମିଲ ହେବା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ରାଷ୍ଟ୍ରପତି ଶୁକ୍ରବାର କହିଛନ୍ତି ଯେ, ଏହି ଦୁଇ ଘଟଣା କରୋନା ଭାଇରସ୍ ବିରୋଧୀ ଲଢେଇରେ ଆମ ପ୍ରୟାସକୁ ଶକ୍ତ ଧକ୍କା ଦେଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବୟାନରେ ଏହା କୁହାଯାଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଆଜି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ, ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲେଚନା କରିଛନ୍ତି। ରାଷ୍ଟ୍ରପତି ଏହା ଉପରେ ଗୁରୁତ୍ଵାରୋପ କରିଛନ୍ତି ଯେ, ଏହା ସୁନିଶ୍ଚିତ କରାଯାଉ ଯେ, ଦେଶବ୍ୟାପି ଲକଡାଉନ୍ ସମୟରେ କେହି ଭୋକ ଉପାସରେ ନ ରହନ୍ତୁ ଏବଂ ଭାଇସର ବ୍ୟାପିବାକୁ ରୋକନ୍ତୁ।

ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଆଲୋଚନା ସମୟରେ ଏହା ଉପରେ ଜୋର ଦିଆଯାଇଥିଲା ଯେ, ଏହି ଅଦୃଶ୍ୟ ଲଢେଇରେ କୌଣସି ପ୍ରକାରର ଅବହେଳା କିମ୍ବା ଆତ୍ମ ସନ୍ତୁଷ୍ଟିର କୌଣସି ସ୍ଥାନ ନାହିଁ। ଏହି ସଂଦର୍ଭରେ କୋବିନ୍ଦ ଦେଶର କିଛି ଅଞ୍ଚଳରେ ଡାକ୍ତର, ସ୍ଵାସ୍ଥ୍ୟ  କର୍ମୀ ଓ ପୋଲିସ କର୍ମୀଙ୍କ ଉପରେ ହେଉଥିବା ହମଲା ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ, କୋଭିଡ୍ ୧୯ ମୁକାବିଲାରେ ଦେଶବାସୀ ଅପୂର୍ବ ସାହାସ, ଅନୁଶାସନ ଓ ଏକଜୁଟତାର ପ୍ରଦର୍ଶନ କରିଛନ୍ତି। ମାତ୍ର ଆନନ୍ଦ ବିହାରରେ ପ୍ରବାସୀ ଶ୍ରମିକଙ୍କ ଭିଡ ଜମିବା ଏବଂ ନିଜାମୁଦ୍ଦିନ ମରକଜରେ ତବଲିଗି ଜମାତର ଲୋକଙ୍କ ହଜାର ହଜାର ସଂଖ୍ୟାରେ ସାମିଲ  ହେବା ଘଟଣାରେ ଚିନ୍ତା ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ଏହି ଦୁଇଟି ଘଟଣା କରୋନା ବିରୋଧୀ ଲଢେଇରେ ବହୁତ ବଡ ଧକ୍କା ଦେଇଛି।

ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ନିଜର ଟୁଇଟରରେ କହିଛନ୍ତି ଯେ, ଆଜି ମୁଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳ ଓ  ଉପରାଜ୍ୟପାଳଙ୍କୁ ଅନୁରୋଧ  କରିଛି ଯେ, ସେମାନେ ନିଜ ରାଜ୍ୟରେ ଧର୍ମ ଗୁରୁଙ୍କ ସହ ସଂପର୍କ ସ୍ଥାପନ କରନ୍ତୁ ଏବଂ ସେମାନଙ୍କୁ ପରାମର୍ଶ ଦିଅନ୍ତୁ ଯେ, ସେମାନଙ୍କର କାର‌୍ୟ୍ୟକ୍ରମ ସ୍ଥଗିତ କରନ୍ତୁ। କୋଭିଡ୍ ୧୯ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ଵକୁ ବଜାୟ ରଖନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.