ଫେରିଲା ମହାମାରୀ, ଫେରିଲା ସଙ୍କଟ: ଗତ ବର୍ଷର ଚିତ୍ର ପୁଣି ତାଜା, ବସଷ୍ଟାଣ୍ଡଠୁ ନେଇ ଷ୍ଟେସନ ପର୍ଯ୍ୟନ୍ତ ଭିଡ

Published By : Prameya-News7 Bureau | April 20, 2021 IST

ଭୁବନେଶ୍ଵର ୨୦।୦୪: ଦିଲ୍ଲୀ ଲକଡାଉନ୍ ପରେ ସେଠାରୁ ବିଭିନ୍ନ  ରାଜ୍ୟକୁ ପ୍ରବାସୀ ଶ୍ରମିକ ଫେରିବା ଆରମ୍ଭ କଲେଣି । ବସଷ୍ଟାଣ୍ଟରେ ଶହ ଶହ ଲୋକ ଭିଡ ଲଗାଇଛନ୍ତି ।  ସାମାଜିକ ଦୂରତା ନାହିଁ କି ମୁହଁରେ ମାସ୍କ ନାହିଁ । ବସରେ ଲୋକ ଅସମ୍ଭବ ଭାବରେ ଖୁନ୍ଦାଖୁନ୍ଦି ହୋଇ ଯାଉଛନ୍ତି, ଏଥିଯୋଗୁ କିଛି ସ୍ଥାନରେ ଦୁର୍ଘଟଣା ବି ହେଉଛି। ଓଡିଶାକୁ ମଧ୍ୟ ପ୍ରବାସୀମାନେ ଫେରିବା ଆରମ୍ଭ କଲେଣି । ଗତବର୍ଷର ଚିତ୍ର ପୁଣି ତାଜା ହୋଇଛି । ଯାହା ଚିନ୍ତା ବଢାଇଛି ।

ମାହାମାରୀ ଫେରିଛି, ସଙ୍କଟ ଫେରିଛି, ପୁଣି ସେହି ଦୃଶ୍ୟ ସାମ୍ନାକୁ ଆସିଛି ଦିଲ୍ଲୀ ରାଜପଥରେ। ଦିଲ୍ଲୀ ଲକଡାଉନ ଆଜି ପ୍ରଥମ ଦିନ । ବଜାର, ମଲ୍ ସବୁ ବନ୍ଦ । କିନ୍ତୁ ଦିଲ୍ଲୀ ଗାଜିଆବାଦ ସୀମାରେ ଜମିଛି ପ୍ରବାସୀଙ୍କ ଭିଡ଼ । ଗତକାଲି ସଂଧ୍ୟାରୁ ଶ୍ରମିକମାନେ ଦିଲ୍ଲୀ ଛାଡିବା ଆରମ୍ଭ କରିଛନ୍ତି । ମାତ୍ର ୬ଦିନ ପାଇଁ ଲକଡାଉନର କିନ୍ତୁ ଆଉ ମନ ଭରସା ପାଉନି। ଗତବର୍ଷ ଯେଉଁ ଦୁର୍ଦ୍ଦଶା ଦେଖିଛୁ ତାହା ପୁଣି ଯେମିତି ନଆସୁ। ସେହି ଆଶଙ୍କାରେ ପୁଣି ସମସ୍ତେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ନିଜ ରାଜ୍ୟକୁ ପହଞ୍ଚିବା ଲାଗି ପୁଣି ପ୍ରତିଯୋଗିତା।

{"id":441523,"width":833,"height":626,"sizeSlug":"large","linkDestination":"none"}

ନୂଆଦିଲ୍ଲୀ ଷ୍ଟେସନକୁ ପ୍ରବେଶ ବାରଣ କରାଯାଇଛି । ଅନେକ ମେଟ୍ରୋ ଷ୍ଟେସନ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗିଛି । ଫଳରେ ଦିଲ୍ଲୀ ସୀମା ସ୍ଥିତ ବସଷ୍ଟାଣ୍ଡରେ ଗହଳି ବଢି ଯାଇଛି ।  ତେଣୁ କରୋନା ସଂକ୍ରମଣ ବଢିବା ଭୟ ସୃଷ୍ଟି ହୋଇଛି । କିଏ ବସ ଛାତ ଉପରେ ଚଢିଛି, କିଏ ଲଟକିଛି । ସାମାଜିକ ଦୂରତା କଥା ଛାଡନ୍ତୁ ଅନେକଙ୍କ ମୁହଁରେ ମାସ୍କ ବି ନାହିଁ ।

ବସରେ ଯାତ୍ରୀ ଖୁନ୍ଦା ଖୁନ୍ଦି  ହୋଇ ଯାଉଥିବା ଦେଖିବାକୁ ମିଳୁଛି । ଏମିତି ଏକ ବସ ଦିଲ୍ଲୀରୁ ମଧ୍ୟପ୍ରଦେଶ ଯିବା ବେଳେ ଟିକମଗଡ଼ରେ  ଓଲଟି ପଡିଥିଲା। ଫଳରେ ୩ ପ୍ରବାସୀଙ୍କର ମୃତ୍ୟୁ ହୋଇଛି, ୭ ଜଣ ଆହତ ହୋଇଛନ୍ତି। ଏହି ସମୟରେ ବସରେ ଶହେରୁ ଅଧିକ ଲୋକ ଥିଲେ। ଆଉ କିଛି ଶ୍ରମିକ କିଛି ବାଟ ନପାଇ ଚାଲି ଚାଲି ଭିଟାମାଟିକୁ ଫେରୁଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ, ସଟଡାଉନ ଲାଗୁ ହୋଇଥିବା ବେଳେ ଓଡିଶାକୁ ମଧ୍ୟ ପ୍ରବାସୀ ଫେରୁଛନ୍ତି। ଯାହା ଚିନ୍ତା ବଢାଇଛି । ଦିଲ୍ଲୀ, ମୁମ୍ବାଇ, ସୁରଟ, ଅହମ୍ମଦାବାଦରୁ ପୁଣି ଘରକୁ ଫେରିଲେଣି ପ୍ରବାସୀ ଶ୍ରମିକ। ଏଥିପାଇଁ ସେସବୁ ସହରରେ ଷ୍ଟେସନରେ ପ୍ରବଳ ଭିଡ଼ ଦେଖାଯାଇଛି। ସେହିପରି  ଫେରିବା ପରେ ସେମାନଙ୍କ କିଭଳି ଟେଷ୍ଟ ହେବ । ସେମାନଙ୍କ କ୍ଵାରାଣ୍ଟାଇନ ଏବଂ  ଆଇସୋଲେସସନ କିପରି ଠିକ ଭାବରେ ହୋଇପାରିପାରିବ ତାହା ଉପରେ ସରକାର ଗୁରୁତ୍ୱ ଦେବା ଲାଗି ବିଜେପି ଦାବି କରିଛି ।

{"id":441524,"width":835,"height":470,"sizeSlug":"large","linkDestination":"none"}

ବିଜେଡି କହିଛି, ସରକାର ତତ୍ପର ଅଛନ୍ତି । ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କର ଟେଷ୍ଟିଂ କରାଯାଉଛି, । ସ୍ଥିତି ପରିଚାଳନା କରିବାକୁ ସରକାର ଓ ପ୍ରଶାସନିକ କଳର ଅଭିଜ୍ଞତା ରହିଥିବା କହିଛି ବିଜେଡି । ତେବେ କଂଗ୍ରେସ ଏହି ସ୍ଥିତି ଲାଗି ଉଭଯ ରାଜ୍ଯ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ।

ବର୍ଷେ ତଳର ପ୍ରବାସୀ ପଳାୟନ ଚିତ୍ର ପୁଣି ତାଜା ହୋଇ ଯାଇଛି । ଏବେ ପ୍ରବାସୀ ସୁରକ୍ଷିତ ଫେରିବା ସବୁଠୁ ବଡ଼ ଚାଲେଞ୍ଜ । ଆଉ ବଡ଼ ଚ୍ୟାଲେଞ୍ଜ ସେମାନେ ରାଜ୍ୟରେ ପହଞ୍ଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଉପରେ ଏବେ ଧ୍ୟାନ ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.