ପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ମହାମାରୀ କରୋନା: ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି ଲକ୍‌ଡାଉନ

Published By : Prameya-News7 Bureau | April 10, 2020 IST

ଭୁବନେଶ୍ବର୧୦/୪: ବିଶ୍ବ ଅର୍ଥନୀତି ଉପରେ ଗୁରୁତ୍ବର ପ୍ରଭାବ ପାକାଇଛି ମହାମାରୀ କରୋନା । ମହାମାରୀ କରୋନାର ବ୍ୟାପକତାକୁ କମ୍ କରିବାକୁ ଆମ ଦେଶ ଓ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ୍‌ । ତେବେ ଲକଡାଉନ୍‌ ଯୋଗୁଁ ଆମ ରାଜ୍ୟର ପରିବା ଚାଷୀ ମାନେ ପ୍ରଭାବିତ ହୋଇଛନ୍ତି । ବିଶେଷ ଭାବେ ବାଙ୍କୀ, ଢେଙ୍କାନାଳ, ଅସ୍ତରଙ୍ଗ ଅଞ୍ଚଳର ବହୁ ପରିବା ଓ ପାନ ଚାଷୀ ସେମାନଙ୍କ କୃଷିଜାତ ଦ୍ରବ୍ୟ ବିକ୍ରି କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ଲକଡାଉନ୍‌ ଯୋଗୁଁ ସେମାନ ପରିବା ଗୁଡିକ ବିକ୍ରି ହୋଇପାରୁନି । ତେଣୁ ଘୋର ଆର୍ଥିକ ସମସ୍ୟା ଦେଇ ସେମାନେ ଗତି କରୁଛନ୍ତି।    

{"id":252092,"sizeSlug":"large"}

ପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ମହାମାରୀ କରୋନା । ଚାରିଆଡେ ଲକଡାଉନ୍‌ ଲାଗୁ ଯୋଗୁଁ ସେମାନଙ୍କ ପରିବାର ନା ବଜାରକୁ ଆସି ପାରୁଛି  ନା ସେଗୁଡିକ ବିକ୍ରି ହୋଇପାରୁଛି । ଦେଖନ୍ତୁ ଏ ହେଉଛି କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳର ଦୃଶ୍ୟ । ବାଙ୍କୀ ଡମପଡା,ସମିଳିପୁର,ମକୁନ୍ଦପୁର ଅଞ୍ଚଳର ଚାଷୀ ମାନେ ପନିପରିବା ଚାଷ କରି ରାଜଧାନୀ ସମେତ ଖୋର୍ଦ୍ଦା, କଟକ ଆଦି ଅଞ୍ଚଳଙ୍କୁ ବର୍ଷ ତମାମ ଯୋଗାଇଥାନ୍ତି  ।

{"id":252094,"sizeSlug":"large"}

ତେବେ  ଲକଡାଉନ୍‌ କଟକଣା ଯୋଗୁଁ ସେମାନଙ୍କ ଜୀବନ ଜିବିକା ଉପରେ ବେଡି ଉପରେ କରୋନା ମାଡ ହୋଇଛି। ଏକର ଏକର ଜମିରେ ଚାଷ ହୋଇଥିବା ବାଇଗଣ, ଝୁଡଙ୍ଗ, ବନ୍ଧା କୋବି, କଖାରୁ ଆଦି ପନି ପରିବା ବିକ୍ରି ହୋଇପାରୁନି। ଲକଡାଉନ ଯୋଗୁଁ ବଜାର ଚାହିଦା ନଥିବା ବେଳେ ଲୋକେ କଟକଣା ଭୟରେ ଘରୁ ବାହରୁ ନାହାନ୍ତି । ତେଣୁ କଞ୍ଚା ପରିବାର ପୂର୍ବ ଅପେକ୍ଷା ଚାହିଦ କମ୍ ରହିଛି । ପୂର୍ବରୁ ରାଜଧାନୀ ଭୁବନେଶ୍ବର ହେଉ କିମ୍ବା କଟକରେ ଶହ ସହ କ୍ବିଣ୍ଟାଲ ପରିବା ବିକ୍ରି ହେଉଥିବା ବେଳେ ଏସବୁ ବିକ୍ରି ବଟାରେ ବଡ ସମସ୍ୟା ଦେଖାଦେଇଛି । ପରିବା ବିକ୍ରି ହୋଇ ପାରୁନଥିବାରୁ ବାଧ୍ୟ ହୋଇ ଧାର କରଜ କରି ପରିବା ଚାଷ କରିଥିବା ଚାଷୀ ମାନେ ଏବେ ଘୋର ଚିନ୍ତାରେ ପଡିଯାଇଛନ୍ତି।

ସେପଟେ ଏହେଉଛି ପୁରୀଜିଲା ଅସ୍ତରଙ୍ଗ ଅଞ୍ଚଳର ଦୃଶ୍ୟ । କରୋନା ଯୋଗୁଁ  ଚାଷୀଙ୍କ ଜୀବନ ଜୀବିକା ଏକ ପ୍ରକାର ଠପ୍‌ । ହଜାର ହଜାର ପାନ ଚାଷୀଙ୍କ ଜୀବନ ଏବେ ଦୁର୍ଦ୍ଦିନରେ । ଲକ ଡାଉନ ଯୋଗୁଁ ସ୍ଥାନୀୟ ନୂଆହାଟ, କାକଟପୁର ଓ ଅସ୍ତରଙ୍ଗ ହାଟ ବନ୍ଦ ହୋଇ ଯାଇଛି । ପାନ ଚାଷ କରି ଗୁଜରାଣ ମେଣ୍ଟାଉଥିବା  ଚାଷୀଙ୍କ ପାନ ନା ରାଜ୍ୟ ବାହାରକୁ ସପ୍ଲାଇ ହୋଇପାରୁଛି ନାଁ ସେଗୁଡିକ ସ୍ଥାନୀୟ ହାଟରେ ବିକ୍ରି ହୋଇପାରୁଛି । ତେଣୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପାନ ଚାଷୀ । ସେହିପରି ଢେଙ୍କାନାଳ ଗନ୍ଦିଆ ଅଞ୍ଚଳର ଚାଷୀ ମାନେ ମଧ୍ୟ ସେମାନଙ୍କ ଟମାଟୋ ଗୁଡିକର ବିକ୍ରି ହୋଇପାରୁନଥିବାରୁ ହତାସ ହୋଇ ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.