Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ବଦଳିଲା ୧୨୩ ବର୍ଷ ପୂର୍ବର ଆଇନ, ମହାମାରୀ ସଂଶୋଧନ ବିଧେୟକ ୨୦୨୦ ରାଜ୍ୟସଭାରେ ଗୃହୀତ

19/09/2020 at 8:25 PM

ନୂଆଦିଲ୍ଲୀ ୧୯।୯: ମହାମାରୀ ରୋଗ ବିଧେୟକ(ସଂଶୋଧନ) ୨୦୨୦ ଶନିବାର ରାଜ୍ୟସଭାରେ ଗୃହୀତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ବିଧେୟକକୁ ଉଚ୍ଚ ସଦନରେ ଉପସ୍ଥାପନ କରିଥିବା ବେଳେ ୧୨୩ ବର୍ଷ ପୂର୍ବେ ମହାମାରୀ ପ୍ରବନ୍ଧନ ଲାଗି କରାଯାଇଥିବା ଆଇନ ସଂଶୋଧିତ ହୋଇଛି। ମହାମାରୀ ରୋଗ ଅଧିନିୟମ ୧୮୯୭ ସଂଶୋଧନ ଲାଗି କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଥିଲେ।

କରୋନା ଭାଇରସ ମହାମାରୀ ଲାଗି ଦେଶରେ ପ୍ରଚଳିତ ମହାମାରୀ ରୋଗ ଅଧିନିୟମରେ ସଂଶୋଧନ ଅପରିହାର୍ଯ୍ୟ ବୋଲି କେନ୍ଦ୍ର ସରକାର ଅନୁଭବ କରିଥିଲେ। ପରିସ୍ଥିତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତନ କରାଯାଇଥିବା ହର୍ଷବର୍ଦ୍ଧନ ଗୃହକୁ କହିଛନ୍ତି। ଏଥିରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଉପୁଜିଥିବା ପରିସ୍ଥିତିରେ ଯଦି କୌଣସି ଠାରେ କେହି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପ୍ରତି ଅପମାନଜନକ, ଅସଦାଚରଣ ଅଥବା ମାରପିଟ ଭଳି କାଣ୍ଡ କରନ୍ତି ତେବେ ସେମାନଙ୍କ ବିରୋଧରେ ମହାମାରୀ ରୋଗ ଅଧିନିୟମ ଧାରାରେ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ।

ଦେଶରେ କରୋନା ଭାଇରସ ମହାମାରୀ ସଂକ୍ରମଣ ପରେ ଗତ ଏପ୍ରିଲ ମାସରେ ମହାମାରୀ ରୋଗ ଅଧିନିୟମର ଆବଶ୍ୟକତା ଦେଖା ଦେଇଥିଲା। ତେବେ ୧୨୩ ବର୍ଷ ପୂର୍ବର ଆଇନ ଉପୁଜିଥିବା ପରିସ୍ଥିତି ମୁକାବିଲା  ଲାଗି ସକ୍ଷମ ନୁହେଁ ବୋଲି ସରକାର ଅନୁଭବ କରିଥିଲେ। ଏଣୁ ଆଇନରେ ହେବାକୁ ଥିବା ସଂଶୋଧନକୁ ଦୃଷ୍ଟିରେ ରଖି ଅଧ୍ୟାଦେଶ ବଳରେ ପରିବର୍ତ୍ତନ ଅଣାଯାଇଥିଲା।

   Related Posts