Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବିଛା ରାଶିରେ ପ୍ରବେଶ କରିବେ ଶୁକ୍ର, ଏହି ୪ ରାଶିର ବ୍ୟକ୍ତିଙ୍କୁ ମିଳିବ ଲାଭ,ପ୍ରମୋସନ୍‌ର ରହିବ ସୁଯୋଗ

22/09/2021 at 11:18 AM

ନୂଆଦିଲ୍ଲୀ ୨୨/୦୯: ଶୁକ୍ର ଗ୍ରହକୁ ସୁଖ ଏବଂ ସମୃଦ୍ଧିର କାରକ ଭାବରେ ବିବେଚନା କରାଯାଏ। ସେ ତୁଳା ଏବଂ ବୃଷ ରାଶିର ସ୍ୱାମୀ। ଶୁକ୍ରଙ୍କ ରାଶି ପରିବର୍ତ୍ତନ ଅକ୍ଟୋବର ୨ରେ ବିଛା ରାଶିରେ ହେବାକୁ ଯାଉଛି ଏବଂ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଏହା ପରେ ଶୁକ୍ର ଧନୁ ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା ୪ ଟି ରାଶିର ବ୍ୟକ୍ତିଙ୍କୁ ଶୁଭ ହେବାକୁ ଯାଉଛି। ଚାଲନ୍ତୁ ଜାଣିବା ସେହି ରାଶି ବିଷୟରେ…

ମିଥୁନ: ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କୁ ଏହି ସମୟରେ ସଫଳତା ପ୍ରାପ୍ତ ହେବ। ଚାକିରିରେ ଭଲ ସୁଯୋଗ ପାଇବେ। ପ୍ରମୋସନ୍ ମିଳିବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ମଧ୍ୟ ବହୁତ ଭଲ ରହିବ। କାର୍ଯ୍ୟକ୍ଷେତ୍ରର ପରିବେଶ ଭଲ ରହିବ। ଏହି ସମୟରେ, ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାର ଦୃଢ ସମ୍ଭାବନା ରହିବ। ପ୍ରେମ ସମ୍ପର୍କ ମଜବୁତ ହେବ। ବାଦ ବିବାଦ ଠାରୁ ଦୁରେଇ ରହିବେ।

କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଆର୍ଥିକ ଦୃଷ୍ଟିରୁ ଭଲ ରହିବ। ଦରମା ବୃଦ୍ଧି ହେବାର ସମସ୍ତ ସମ୍ଭାବନା ରହିବ। କର୍ମକ୍ଷେତ୍ରରେ ଆପଣଙ୍କ ମାନ-ସମ୍ମାନ ବୃଦ୍ଧି ପାଇବ। କଠିନ ପରିଶ୍ରମର ସମ୍ପୂର୍ଣ୍ଣ ଫଳ ପାଇବେ। ଆପଣଙ୍କ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ।

ସିଂହ: ଏହି ରାଶିର ଲୋକଙ୍କ ପାଇଁ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ନିଷ୍ପତ୍ତି ନେବା କ୍ଷମତା ବୃଦ୍ଧି ପାଇବ। ଯାନବାହାନ କିଣି ପାରିବେ। ପରିବାରର ପରିବେଶ ସୁଖଦ ରହିବ। ଯଦି ଆପଣ ପାରିବାରିକ ବ୍ୟବସାୟ କରୁଛନ୍ତି ତେବେ ଆପଣ ଏଥିରେ ଅଗ୍ରଗତି କରିବେ। କ୍ୟାରିୟର ପାଇଁ ଏହା ଭଲ ସମୟ ରହିବ।

କନ୍ୟା: ଏହି ସମୟରେ ଆପଣଙ୍କ ସାହସ ଏବଂ ଶକ୍ତି ବୃଦ୍ଧି ପାଇବ। ବଚନରେ ମଧୁରତା ରହିବ। ସମାଜରେ ମାନ- ସମ୍ମାନ ପ୍ରାପ୍ତ ହେବ। ନୂତନ ବନ୍ଧୁ ସୃଷ୍ଟି ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଭ୍ରମଣ ଯୋଗ ରହିବ।

   Related Posts