Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

୨୫ କୋଟି ଟଙ୍କାରେ ପୂରା ଗୁଜରାଟ କଂଗ୍ରେସକୁ କିଣାଯାଇ ପାରିବ: ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

29/10/2020 at 7:09 PM

ଗାନ୍ଧୀନଗର ୨୯।୧୦: ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଗୁରୁବାର ଏକ ରାଲିରେ କହିଛନ୍ତି ବର୍ତ୍ତମାନ କଂଗ୍ରେସ ପାଖରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ନାହିଁ। ସୁରେନ୍ଦ୍ର ନଗର ନିକଟସ୍ଥ ଲିମ୍ବଡିରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଗୁଜରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି ପୂରା କଂଗ୍ରେସ ପାର୍ଟିକୁ ୨୫ କୋଟି ଟଙ୍କାରେ କିଣାଯାଇ ପାରିବ। କଂଗ୍ରେସ ପକ୍ଷରୁ ଲଗାଯାଇଥିବା ସେହି ଅଭିଯୋଗର ଜବାବରେ ରୂପାନୀ ଏହି ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସ ଅଭିଯୋଗ କରିଥିଲା ଯେ, ନିର୍ବାଚନରେ ବିଜେପି ଅନୈତିକ ଗତିବିଧି ଆପଣାଇଥାଏ।

ବିଧାନସଭା ଉପ ନିର୍ବାଚନର ପ୍ରଚାରରେ ଆସିଥିବା ରୂପାନୀ କହିଛନ୍ତି, ଆଜି କଂଗ୍ରେସ ପାର୍ଟି ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରୁ ବହୁ ଦୂରରେ ରହିଛି। ଆଜିର କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ନୁହେଁ। ଆଜିର କଂଗ୍ରେସ କେବଳ ରାହୁଲ ଗାନ୍ଧୀଙ୍କର। କାରଜାନର ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ୨୫ କୋଟି ଟଙ୍କାରେ କିଣାଯାଇଥିବା କଂଗ୍ରେସର ଅଭିଯୋଗ ଉପରେ ରୂପାନି କହିଛନ୍ତି, କଂଗ୍ରେସ ନିଜର ବିଧାୟକଙ୍କ ସମ୍ମାନ କରିବା ଶିଖିନି। ଯେବେ ସେମାନେ ପାର୍ଟି ଛାଡି ଦିଅନ୍ତି ସେମାନଙ୍କ ଉପରେ କଂଗ୍ରେସ ଏମିତି ଅଭିଯୋଗ ଲଗାଏ। ଜଣେ କଣ ପୂରା ଗୁଜରାଟ କଂଗ୍ରେସକୁ ୨୫ କୋଟି ଟଙ୍କାରେ କିଣାଯାଇ ପାରିବ ବୋଲି ରୂପାନି କହିଛନ୍ତି।

କଂଗ୍ରେସ ଉପରେ ଶାଣିତ ସ୍ଵରରେ ହମଲା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେବେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା କଥା ଆସେ ତେବେ ମହାରାଷ୍ଟ୍ରରେ ପାର୍ଟିର ସରକାର ଭଗବାନ ଭରସାରେ। ସେ ଏହା ମଧ୍ୟ କହିଛନ୍ତି ମହାରାଷ୍ଟ୍ରରେ କୋଭିଡ୍-୧୯ର ଚିକିତ୍ସା ପାଇଁ ହସ୍ପିଟାଲରେ ଶଯ୍ୟାର ଘୋର ଅଭାବ ରହିଛି। ପ୍ରାଣ ହରାଉଥିବା ରୋଗୀଙ୍କ ଶବ ମେଡିକାଲ  ବାରଣ୍ଡାରେ ପଡି ରହୁଛି। ଉଲ୍ଲେଖନୀୟ ମହାରାଷ୍ଟ୍ରରେ କଂଗ୍ରେସ, ଶିବସେନା ଓ ଏନସିପିର ମେଣ୍ଟ ସରକାର ରହିଛି।  

   Related Posts