ମଝି ଆକାଶରେ ୨୭୬ ଯାତ୍ରୀଙ୍କୁ ନେଇ ଉଡୁଥିବା ବିମାନର ବନ୍ଦ ହୋଇଗଲା ଇଞ୍ଜିନ, ଏମିତି ବଞ୍ଚିଲା ସଭିଙ୍କ ଜୀବନ

Published By : Prameya-News7 Bureau | November 03, 2021 IST

ନୂଆଦିଲ୍ଲୀ ୦୩।୧୧: ବ୍ୟାଙ୍କକ୍‌ରୁ ତେଲ ଅଭିଭ ଯାଉଥିବା ବିମାନର  ମଝି ଆକାଶରେ ଇଞ୍ଜିନ ବନ୍ଦ ହୋଇଗଲା। ବିପଦରେ ପଡି ଯାଇଥିଲା ୨୭୬ କର୍ମୀଙ୍କ ଜୀବନ। ବିମାନରେ ଚହଳ ପଡି ଯାଇଥିଲା। ହେଲେ ପାଇଲଟ୍‌ ବୁଦ୍ଧିମତାର ପରିଚୟ ଦେଇ ବିମାନକୁ ତୁରନ୍ତ ଗୋଆର ଡାବୋଲିମ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଇଥିଲେ।  ବୁଧବାର  ଭାରତୀୟ ନୌସେନା ଏହାର ସୂଚନା ଦେଇଛନ୍ତି। ନୌସେନା ଅନୁଯାୟୀ, ନଭେମ୍ବର ୧ରେ  ଭୋର ସକାଳେ ବିମାନକୁ ଜରୁରୀକାଳୀନ ଅବତରଣ କରାଇବାକୁ ପଡିଥିଲା।

ଗୋଆ ବିମାନ ବନ୍ଦରର ନିର୍ଦ୍ଦେଶକ ଗଗନ ମଲିକ କହିଛନ୍ତି, ସୋମବାର ସକାଳ  ଭୋର ୪ଟାରେ ଇସ୍ରାଏଲର ବିମାନ ଇଏଲଏଏଲ-୦୮୨କୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ମଙ୍ଗଳବାର ସନ୍ଧ୍ୟାରେ ବିକଳ୍ପ ବିମାନରେ ତେଲ ଅଭିଭ  ଅଭିମୁଖେ ଯାତ୍ରା କରିଛନ୍ତି। ମଲିକଙ୍କ ଅନୁଯାୟୀ, ଇସ୍ରାଏଲ ବିମାନର ପାଇଲଟ୍‌ ବିମାନର ତେଲ ଲିକ୍ ହେଉଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ପ୍ରଟୋକଲ ଅନୁସାରେ ପ୍ରଭାବିତ ଇଞ୍ଜିନକୁ ବନ୍ଦ କରିବାକୁ ପଡିଥିଲା। ଏହା ପରେ ପାଇଲଟ୍ ବିମାନର ଜରୁରୀକାଳୀନ ଅନୁମତି ମାଗିଥିଲେ।

ଭାରତୀୟ ନୌସେନା  ବୁଧବାର ପ୍ରେସ୍ ବିବୃତି ଜାରି କରି ପୂରା ଘଟଣା ବିଷୟରେ ସୂଚନା ଦେଇଛନ୍ତି। ନୌସେନା କହିଛି, ଗୋଆର ଡାବୋଲିମରେ ଭାରତୀୟ ନୌସେନା ଦ୍ଵାରା ସଞ୍ଚାଳିତ ବାୟୁ କ୍ଷେତ୍ରରେ ୨୭୬ ଯାତ୍ରୀ ସହିତ ବ୍ୟାଙ୍କକରୁ ତେଲ ଅଭିଭ ଯାଉଥିବା ବିମାନ ELAL-082ର ମଙ୍ଗଳବାର ଜରୁରୀକାଳୀନ ଅବତରଣ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.