ମହାରାଜା ସ୍ପେନରୁ ଆଣିଥିଲେ ମହାରାଣୀ : ସାବତ ପୁଅଙ୍କ ସହ ଅବୈଧ ସମ୍ପର୍କ ଯୋଗୁଁ ପଠାଇବାକୁ ପଡ଼ିଥିଲା ୟୁରୋପ
19/10/2019 at 4:50 PM

ଜଲନ୍ଧର ୧୯/୧୦: ଇଂରେଜ ଶାସନ କାଳରେ ପଞ୍ଜାବ ରାଜଦରବାରରେ ଅନେକ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ସେତେବେଳେ ମହାରାଜାଙ୍କ ଏକ ବିଶେଷତ୍ବ ଥିଲା ଯେ ସେମାନେ ଯେଉଁଠାକୁ ଭ୍ରମଣ ଉଦ୍ଦେଶ୍ୟରେ ଯାଉଥିଲେ ସେଠାରୁ ଜଣେ ମହାରାଣୀଙ୍କୁ ଆଣୁଥିଲେ। ପଞ୍ଜାବର କପୂରଥାଲା ନରେଶ ଜଗଜିତ ସିଂହ ଏବଂ ତାଙ୍କ ସ୍ପେନିଶ ରାଣୀଙ୍କ କାହାଣୀ ମଧ୍ୟ କିଛି ଏହିଭଳି।

ମହାରାଜା ଜଗଜିତ ସିଂହ ସ୍ପେନିଶ ମହିଳା ଗୀତିକାର ଏବଂ ନର୍ତ୍ତକୀ ଅନିତା ଡେଲଗାଦୋଙ୍କ ପ୍ରେମରେ ପାଗଳ ହୋଇ ତାଙ୍କୁ ରାଜମହଲର ରାଣୀ କରି ତାଙ୍କୁ କପୂରଥାଲା ନେଇ ଆସିଥିଲେ। ଏହା ପରେ ଅନିତାଙ୍କ ବିରୋଧରେ ନିଜ ସାବତ ପୁଅ ସହ ଅନୈତିକ ସମ୍ପର୍କ ରଖିବାର ଅଭିଯୋଗ ହୋଇଥିଲା। ଜେଭିୟର ମୋରୋ ନିଜର ଚର୍ଚ୍ଚିତ ଉପନ୍ୟାସ ‘ପେନସନ ଇଣ୍ଡିଆ’ରେ ଏହାର ବର୍ଣ୍ଣନା କରିଛନ୍ତି।

ମହାରାଜାଙ୍କର ବହୁ ବିବାହ କରିବାର ପ୍ରଥା ଥିଲା। ମହାରାଜାଙ୍କ ପ୍ରଥମ ରାଣୀଙ୍କ ସନ୍ତାନ ନୂଆ ରାଣୀଙ୍କ ବୟସ ସମାନ ହୋଇଥାଏ। ମହାରାଜା ଜଗଜିତ ସିଂହ ୧୯୦୬ମସିହାରେ ସ୍ପେନ୍ ବୁଲିବାକୁ ଯାଇଥିଲେ। ଅନିତା ଡେଲଗାଦୋଙ୍କ ସହ ତାଙ୍କର ସାକ୍ଷାତ ଏକ ନାଇଟ କ୍ଲବରେ ହୋଇଥିଲା।

ଅନିତା ଏବଂ ତାଙ୍କ ଭଉଣୀ କ୍ୟାମିଲିୟା ସିଷ୍ଟର୍ସ ନାଁରେ ପ୍ରସିଦ୍ଧ ଥିଲେ। ଅନିତା ଅତ୍ୟନ୍ତ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମହାରାଜା ଜଗଜିତ ସିଂହ ତାଙ୍କୁ ଭଲପାଇ ବସିଥିଲେ ଏବଂ ତାଙ୍କୁ ବିବାହ କରି ଭାରତକୁ ନେଇ ଆସିଥିଲେ। ମହାରାଜା ତାଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ସେ ତାଙ୍କ ସାବତ ପୁଅ ସହ ଅନୈତିକ ସମ୍ପର୍କ ରଖିଥିଲେ। ଏହା ଜାଣିବାର କିଛି ଦିନ ପରେ ମହାରାଜା ତାଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ପେନସନ ଦେଇ ୟୁରୋପ ଛାଡ଼ି ଆସିଥିଲେ।
