Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କୋହଲି-ଶାସ୍ତ୍ରୀଙ୍କ ଯୁଗର ଅନ୍ତ, ଦଳକୁ ଦେଲେ ଅନେକ ସଫଳତା, ହେଲେ ଅଧୁରା ରହିଗଲା ଆଇସିସି ଟ୍ରଫି

8/11/2021 at 11:13 PM

ନୂଆଦିଲ୍ଲୀ ୦୮।୧୧: ନାମିବିୟା ବିପକ୍ଷ ମ୍ୟାଚ୍‌ ସହ ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କ ଯୁଗର ଅନ୍ତ ଘଟିଛି।  ବିଜୟ ସହ ଏହି ଯୋଡିକୁ ବିଦାୟ ଦେଇଛି ଭାରତୀୟ ଦଳ। ଏହି ଯୋଡିଙ୍କୁ ଏବେ ଆଉ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦେଖିବାକୁ ମିଳିବ ନାହିଁ। ଅଧିନାୟକ ଭାବେ କୋହଲି ଟି-୨୦ରେ ନିଜର ଶେଷ ମ୍ୟାଚ୍ ଖେଳିଥିବା ବେଳେ ରବି ଶାସ୍ତ୍ରୀଙ୍କ ଭାରତୀୟ ମୁଖ୍ୟ କୋଚ୍ ଭାବେ କାର୍ଯ୍ୟକାଳ ଶେଷ ହୋଇଛି। ଏହି ଯୋଡିଙ୍କ ସମୟରେ ଭାରତୀୟ କ୍ରିକେଟ୍ ଦଳ ଦମଦାର ପ୍ରଦର୍ଶନ କରିଛି। ଅନେକ ସଫଳତା ଏବଂ ଉପଲବ୍ଧି ହାସଲ କରିଛି। ହେଲେ ଆଇସିସି ଟ୍ରଫି ଜିତି ପାରିଲାନି ଭାରତ।  

କୋହଲି ଅଧିନାୟକ ଭାବେ ଏବଂ ଶାସ୍ତ୍ରୀ କୋଚ୍ ଭାବେ ପାଖାପାଖି ୪ ବର୍ଷ ଧରି ଏକାଠି କାମ କରିଛନ୍ତି। ଶାସ୍ତ୍ରୀ ପ୍ରଥମ ଥର  ଭାରତୀୟ ଦଳ ସହ ୨୦୧୪ରେ ନିର୍ଦ୍ଦେଶକ ଭାବେ ଜଡିତ ହୋଇଥିଲେ। ୨୦୧୭ରେ ତାଙ୍କୁ ଦଳର ପୂର୍ଣ୍ଣକାଳୀନ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା।

ଶାସ୍ତ୍ରୀ-କୋହଲିଙ୍କ ଯୋଡି କରିଛନ୍ତି ଅନେକ କମାଲ

ଶାସ୍ତ୍ରୀ ଓ କୋହଲିଙ୍କ ଅମଳରେ ଭାରତୀୟ ଦଳ ଅନେକ ଉପଲବ୍ଧି ହାସଲ କରିଛନ୍ତି। ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‌ ଜିତିବା ହେଉ କି ଭାରତକୁ କ୍ରମାଗତ ନମ୍ବର ଓ୍ଵାନ ଟେଷ୍ଟ ଟିମ୍ କରାଯିବା ହେଉ। ଭାରତୀୟ ଦଳ ବିଦେଶ ମାଟିରେ କ୍ରମାଗତ ଭଲ ପ୍ରଦର୍ଶନ କରିଛି।

ପ୍ରଥମ ଏସିଆ ଦଳ ଭାବେ ଭାରତ ଅଷ୍ଟ୍ରେଲିଆକୁ ତାରି ମାଟିରେ ଟେଷ୍ଟ ସିରିଜ୍‌ ହରାଇଛି। ଥରେ ନୁହେଁ ବରଂ ଦୁଇ ଦୁଇ ଥର କ୍ରମାଗତ ହରାଇଛି। ଭାରତୀୟ ଦଳର ଆକ୍ରମଣାତ୍ମକ ଖେଳ ଏବଂ ବିଜୟର ଭୋକ କ୍ରିକେଟ୍ ବିଶେଷଜ୍ଞଙ୍କୁ ଚକିତ ମଧ୍ୟ କରିଥିଲା।

ଚଳିତ ବର୍ଷ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨-୧ରେ ଅଗ୍ରଣୀ ହାସଲ କରିଛି। କୋଭିଡ୍ କାରଣରୁ ଶେଷ ଟେଷ୍ଟ ମ୍ୟାଚ୍ ସ୍ଥଗିତ ରହିଛି। ଭାରତ ଓ୍ଵେଷ୍ଟଇଣ୍ଡିଜ ମାଟିରେ ପ୍ରଥମ ଥର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ୍‌ରେ କ୍ଲିନ୍ ସୁଇପ୍ କରିଛି।

ଶାସ୍ତ୍ରୀଙ୍କ କୋଚିଂରେ ଭାରତ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ଜିତିବାରେ ସଫଳ ହୋଇଥିଲା।

କୋଚ୍ ଶାସ୍ତ୍ରୀ ଏବଂ ଅଧିନାୟକ କେହାଲିଙ୍କ ନେତୃତ୍ଵରେ ଭାରତ  ଟେଷ୍ଟ ରାଙ୍କିଙ୍ଗରେ ୪୨ ମାସ ପର୍ଯ୍ୟନ୍ତ ଶୀର୍ଷରେ  ରହିଛି। ଟିମ୍ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଦୁନିଆର ଏକ ନମ୍ବର ଟେଷ୍ଟ ଦଳ ରହିଥିଲା।

ଦେଇ ପାରିଲେନି ଆଇସିସି ଟ୍ରଫି

ଭାରତୀୟ ଦଳ କୋହଲିଙ୍କ ନେତୃତ୍ଵରେ ଗୋଟିଏ  ହେଲେ ଆଇସିସି ଟ୍ରଫି ଜିତି ପାରିଲା ନାହିଁ। ୨୦୧୭ରେ  ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ରେ ଦଳ ପାକିସ୍ତାନଠୁ ହାରିଥିଲା। ଏହା ପରେ ୨୦୧୯ରେ ଦିନିକିଆ ବିଶ୍ଵ କପ୍‌ରେ ଭାରତ ସେମି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ପରାଜିତ ହୋଇଥିଲା। ଏପରିକି ପ୍ରଥମ ଆଇସିସି ଟେଷ୍ଟ ଚାମ୍ପିଅନସିପରେ ମଧ୍ୟ କିଓ୍ଵି ଦଳ ଭାରତକୁ ମାତ୍ ଦେଇଥିଲା।

ଭାରତ ଶେଷ ଥର ୨୦୧୩ରେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିଲା। ସେହି ସମୟରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ଭାରତ ଫାଇନାଲ୍‌ରେ ଇଂଲଣ୍ଡକୁ ହରାଇ ଚାମ୍ପିଅନ ହୋଇଥିଲା। ଏହା ପରଠୁ  ଭାରତୀୟ ଦଳ ଆଇସିସି ଟ୍ରଫି ଅପେକ୍ଷାରେ ରହିଛି।

   Related Posts