ଏନକାଉଣ୍ଟରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ତ ନ୍ୟାୟ ମିଳିଲା, ହେଲେ ଆଇନ କ’ଣ ପାଇଁ ତିଆରି ହୋଇଛି? ଏମିତି ପ୍ରଶ୍ନ କଲେ ଏହି ଯୁବତୀ

Published By : Prameya-News7 Bureau | December 07, 2019 IST

ନୂଆଦିଲ୍ଲୀ୭/୧୨: ହାଇଦ୍ରାବାଦର ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ନ୍ୟାୟ ମିଳିଛି। ଗତକାଲି ଚାରିଜଣ ଦୁଷ୍କର୍ମକାରୀଙ୍କୁ ପୋଲିସ ଏନକାଉଣ୍ଟର କରି ସଫା କରି ଦେଇଛି। ହେଲେ ସାଧାରଣରେ ଏକ ପ୍ରଶ୍ନ ଉଠିଛି। ଦୁଷ୍କର୍ମକାରୀଙ୍କ ଦୋଷ ପ୍ରମାଣିତ ହେବା ପରେ ତାଙ୍କୁ କାହିଁକି ତୁରନ୍ତ ଫାଶୀ ଦିଆଯାଉ ନାହିଁ। ଏ ନେଇ ଓରିଏଣ୍ଟାଲର ସଂସ୍ଥାପକ ଜବନା ଚୌହାନ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ପୋଲିସ ଏନକାଉଣ୍ଟରେ ଦୁଷ୍କର୍ମକାରୀ ମରିଲେ। ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିଲା। ହେଲେ ଦୀର୍ଘଦିନରୁ ଜେଲରେ ଥିବା ଦୁଷ୍କର୍ମକାରୀଙ୍କ ଦୋଷ କେବେଠାରୁ ପ୍ରମାଣିତ ହୋଇ ସାରିଛି। କାହିଁକି ସେମାନଙ୍କୁ ଫାଶୀ ଦିଆଯାଉ ନାହିଁ ବୋଲି ଜବନା ପ୍ରଶ୍ନ କରିଛନ୍ତି।

ଜବାନ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ଭୟା ଓ ଉନ୍ନାଓ ପୀଡ଼ିତାଙ୍କୁ ସର୍ବସମ୍ମୁଖରେ ଗୁଳି କରି ମାରିଲେ ନାରୀ ଜାତିଙ୍କୁ ସୁରକ୍ଷା ମିଳିବ। ତେଣୁ ଭାରତୀୟ ଆଇନ ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଉଚିତ । ଏ ନେଇ ଜବନା ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.