Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ମହିଳାଙ୍କୁ ଶୁଣ୍ଢରେ ଫିଙ୍ଗିବା ପରେ ଜଗି ରହିଲା ଦନ୍ତା, ଉଦ୍ଧାରକାରୀଙ୍କୁ ମଧ୍ୟ ଦୌଡାଇଲା

26/05/2021 at 6:08 PM

ତେଲକୋଇ ୨୬।୦୫: ମହିଳାଙ୍କୁ ଶୁଣ୍ଢରେ ଫିଙ୍ଗିଲା ଦନ୍ତା। ଜଙ୍ଗଲକୁ ମହୁଲ ଫୁଲ ଗୋଟାଇବାକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ ମହିଳା। ଗୁରୁତର ଅବସ୍ଥାରେ ମହିଳା ପୂର୍ଣ୍ଣିମା ମହାନ୍ତଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର।

ସୂଚନା ଅନୁଯାୟୀ ବୁଧବାର ତିନି ଜଣ ମହିଳା ତେଲକୋଇ ବନାଞ୍ଚଳ ଅଧିନ ରାଇସୁଆଁ ଗାଁ ତାଳଦମକ ଜଙ୍ଗଲକୁ ମହୁଲ ଫଳ( ଟୁଲ) ଗୋଟାଇବାକୁ ଯାଇଥିଲେ । ସେଠାରେ ଟୁଲ ଗୋଟାଇବା ବେଳେ ଦନ୍ତା ତାଙ୍କୁ ଗୋଡାଇ ଥିଲା। ତେବେ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଦୌଡ଼ି ପଳାଇ ଆସିଥିବା ବେଳେ ପୂର୍ଣ୍ଣିମା ମହାନ୍ତ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ଦନ୍ତା ତାଙ୍କୁ ଶୁଣ୍ଢରେ ଧରି ଫିଙ୍ଗି ଦେଇଥିଲା। ପୂର୍ଣ୍ଣିମା ବୁଦା ମୂଳରେ ଥିବା ଖାଲ ଜାଗାରେ ପଡିଯାଇଥିଲେ ।

ହାତୀ ପୂର୍ଣ୍ଣିମାଙ୍କୁ ଦେଖି ନପାରି ବହୁତ ଖୋଜା ଖୋଜି ପରେ ନପାଇ ସେ ଜାଗାରେ ଜଗି ରହିଥିଲା । ଅନ୍ୟ ଦୁଇ ମହିଳାଙ୍କ ଠାରୁ ଖବର ପାଇ ରାଇସୁଆଁ ଏଲିଫ୍ୟାଣ୍ଟ ଟ୍ରାକିଙ୍ଗ ସ୍କ୍ଵାର୍ଡ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ଏହି ପରି ହାତୀ କବଳରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମହିଳା । ତେବେ ମହିଳାଙ୍କୁ ଉଦ୍ଧାର କଲାବେଳେ ହାତୀ ସ୍କ୍ଵାର୍ଡ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଦନ୍ତା ହାତୀ କିଛି ରାସ୍ତା ପର୍ଯ୍ୟନ୍ତ ଗୋଡାଇ ଥିବା ଜଣା ପଡିଛି।

   Related Posts