Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗୁଡ଼ ବିକାଳୀଙ୍କୁ ଟେକି ଫୋପାଡ଼ି ଦେଲା ହାତୀ, ଜଙ୍ଗଲ ରାସ୍ତାରେ ପଡି ପଡି ଚାଲିଗଲା ଜୀବନ

10/04/2021 at 10:42 PM

ଢେଙ୍କାନାଳ ୧୦।୦୪: ଗୁଡ଼ ବିକ୍ରି କରି ଘରକୁ ଫେରୁଥିବାବେଳେ ଜଙ୍ଗଲ ରାସ୍ତାରେ ହାତୀ ଟେକି ଫୋପାଡ଼ି ଦେଲା । ଆଉ ଗୋଡ଼ ହାତ ଭାଙ୍ଗି ଜୀବନ ସହ ସଂଗ୍ରାମ କରି ଶେଷରେ ଜୀବନ ଚାଲିଗଲା । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଲ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ପଟାଲୁ ସଂରକ୍ଷିତ ଜଙ୍ଗଲରେ । ମୃତ ଗୁଡ଼ ବିକାଳୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଭାପୁର କୋତ୍ତମ ଗ୍ରାମର ମାୟାଧର ସ୍ୱାଇଁ ବୋଲି ଜଣାପଡିଛି ।

ସବୁଦିନ ପରି ସେ ସାଇକେଲ ଯୋଗେ ବମ୍ପା ଗ୍ରାମରେ ଗୁଡ଼ ବିକ୍ରି କରି ପଟାଲୁ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିଲେ । ମାତ୍ର ପଟାଲୁ ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ଏକ ହାତୀ ତାଙ୍କୁ ଟେକି ଫୋପାଡ଼ି ଦେଇଥିଲା । ଫଳରେ ତାଙ୍କ ଗୋଡ଼ ହାତ ଭାଙ୍ଗି ଯିବାରୁ ଘଟଣା ସ୍ଥଳରେ ପଡି ମରଣ ସହ ସଂଗ୍ରାମ କରୁଥିଲେ । ତେବେ ସେ ତାଙ୍କ ମୋବାଇଲ ଯୋଗେ ତାଙ୍କ ପୁତୁରାକୁ ଜଣାଇଦେଇଥିଲେ । ପରେ ତାଙ୍କ ପରିବାର ପକ୍ଷରୁ ହିନ୍ଦୋଳ ବନକର୍ମଚାରୀଙ୍କୁ ସହାୟତାରେ ତାଙ୍କୁ ଖୋଜି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ମାତ୍ର ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି ।

   Related Posts