Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଟ୍ରକ ଡାଲା ବାଜି ଭାଙ୍ଗିଗଲା ବିଦ୍ୟୁତ ଖୁଣ୍ଟ, କିନ୍ତୁ ବଞ୍ଚିଗଲା ଜୀବନ

10/06/2020 at 6:18 PM

ଭଦ୍ରକ୧୦/୬: ବାଲି ବୋଝେଇ ଟ୍ରକଟି ଗାଁ ଭିତରକୁ ଯାଉଥିଲା । ଅଣଓସାରିଆ ରାସ୍ତା ହୋଇଥିବାରୁ ଟ୍ରକ ଯିବା ବେଳେ ଡାଲା ବାଜି ଭାଙ୍ଗି ଗଲା ବିଦ୍ୟୁତ ଖୁଣ୍ଟ । ତାର ସହ ଖୁଣ୍ଟଟି ଟ୍ରକ ଉପରେ ପଡିଗଲା । କିନ୍ତୁ ସୌଭାଗ୍ୟ କ୍ରମେ ଟ୍ରକ ଡ୍ରାଇଭର , ହେଲପର ଓ ସ୍ଥାନୀୟ ଲୋକେ କୌଣସି ବିପଦର ସମ୍ମୁଖୀନ ହୋଇନାହାନ୍ତି । ସୂଚନା ଅନୁଯାୟୀ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗୁଆମାଳ ଅଞ୍ଚଳରେ। ଗୁଆମାଳ ଗାଁ ଭିତରକୁ ଏକ ବାଲି ବୋଝେଇ ଟ୍ରକ ଯାଉଥିବା ବେଳେ ଅଣଓସାରିଆ ରାସ୍ତାରେ ଟ୍ରକଟି ଫସି ଯାଇଥିଲ । ଡ୍ରାଇଭର ଗାଡିର ସାମ୍ନା ପଟକୁ ଆଗକୁ ନେଇଯାଇଥିଲା ବେଳେ ଡାଲାଟି ଖୁଣ୍ଟରେ ଲାଗିଯାଇଥିଲା। ପରେ ଗାଡିକୁ ସ୍ପିଡ଼ ରେ ଝିଙ୍କି ଦେବାରୁ ବିଦ୍ୟୁତ ଖୁଣ୍ଟ ଟି ଅଧାରୁ ଭାଙ୍ଗି ଟ୍ରକ ଉପରେ ପଡିଯାଇଥିଲା । ବାଲି ଉପରେ ଖୁଣ୍ଟ ଓ ତାର ପଡିଯିବାରୁ କୌଣସି ଜନଜୀବନ କ୍ଷତିଗ୍ରସ୍ତ ହୋଇନାହାନ୍ତି । ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ତେବେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା । ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ଖୁଣ୍ଟକୁ ଉଠାଇବା ପରେ ବିଦ୍ୟୁତ ଯୋଗାଣ ହେବ ବୋଲି ସୂଚନା ମିଳିଛି । ଏହି ସମୟ ର ଦୃଶ୍ୟ ସିସିଟିଭି ଫୁଟେଜ ରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

   Related Posts