ଚିିହିକି ଉଠିଲେ ଦିଦି : କହିଲେ, ‘ମୋଦି-ଶାହାଙ୍କ ସୁବିଧା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି, ବିଜେପି ଲୋକଙ୍କୁ ହିନ୍ଦୁ-ମୁସଲିମ୍‌ରେ ଭାଗ କରୁଛି’

Published By : Prameya-News7 Bureau | February 26, 2021 IST

କୋଲକାତା ୨୬/୦୨ : ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରେସ୍‌ କନଫରେନ୍ସ କରି ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନ ଉଠାଇଛନ୍ତି । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ନେଇ ଘୋଷଣା ହେବା ପରେ ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନ ଉଠାଇ ଦିଦି କହିଛନ୍ତି, ‘ବିଜେପିକୁ ସୁହାଇଲା ଭଳି ତାରିଖ ଘୋଷଣା କରାଯାଇଛି । ଗୋଟିଏ ଜିଲ୍ଲାରେ ୩ଟି ପର୍ଯ୍ୟାୟରେ କାହିଁକି ନିର୍ବାଚନ କରାଯିବ ?’

ଏହା ସହିତ ମମତା କହିଛନ୍ତି, ବେଙ୍ଗଲରେ କେବଳ ବେଙ୍ଗଲୀ ହିଁ ରାଜ୍‌ କରିବେ, ଅନ୍ୟମାନଙ୍କୁ ପୁରାଇଦିଆଯିବ ନାହିଁ । ଦିଦି କହିଛନ୍ତି ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଗସ୍ତ ପାଇଁ ସୁହାଇଲା ଭଳି ତାରିଖ ଘୋଷଣା କରିଛନ୍ତି । ବିଜେପି ଯାହା କହିଛି ନିର୍ବାଚନ କମିଶନର ତାହା ଘୋଷଣା କରିଛନ୍ତି ।

ତେଣୁ ଯେ କୌଣସି ପରିସ୍ଥିତିରେ ଆମେ ବିଜେପିକୁ ହରାଇବୁ ବୋଲି ମମତା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହା ସହିତ ଦିଦି କହିଛନ୍ତି, ‘ଖେଳ ଜାରି ରହିଛି, ଆମେ ଖେଳିବୁ ଏବଂ ଜିତିବୁ ମଧ୍ୟ ।’ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରି ମମତା ବାନାର୍ଜୀ କହିଛନ୍ତି, ‘ମୋଦି ନିଜ କ୍ଷମତାର ଅପବ୍ୟବହାର ନକରନ୍ତୁ । ଏପରି କଲେ ବିଜେପିକୁ କୌଣସି ଲାଭ ମିଳିବ ନାହିଁ । ବିଜେପିକୁ ବେଙ୍ଗଲ ଜନତା ଜବାବ ଦେବେ । ବିଜେପି ଜନତାଙ୍କୁ ହିନ୍ଦୁ-ମୁସଲିମ୍‌ ଦୁଇ ଭାଗରେ ଭାଗ କରୁଛି ।’

ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ସହିତ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି। ସବୁଠୁ ହାଇଭୋଲଟେଜ୍‌ ମୁକାବିଲା ହେବାକୁ ଥିବା ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରିବ। ସମସ୍ତ ରାଜ୍ୟର ଫଳାଫଳ ମେ ୨ରେ ପ୍ରକାଶ ପାଇବ। ୨୯୪ ଆସନରେ ପଶ୍ଚିମବଙ୍ଗରେ ଭୋଟ୍ ଗ୍ରହଣ ହେବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟରେ ୩୦ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ , ମତଦାନ ମାର୍ଚ୍ଚ ୨୭, ଫଳାଫଳ ମେ ୨

ଦ୍ଵିତୀୟ ପର୍ଯ୍ୟାୟରେ ୩୦ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ , ମତଦାନ ଏପ୍ରିଲ ୦୧, ଫଳାଫଳ ମେ ୨

ତୃତୀୟ ପର୍ଯ୍ୟାୟରେ ୩୧ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୧୨, ମତଦାନ ଏପ୍ରିଲ ୦୬, ଫଳାଫଳ ମେ ୨

ଚତୁର୍ଥ ପର୍ଯ୍ୟାୟରେ ୪୪ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୧୬, ମତଦାନ ଏପ୍ରିଲ ୧୦, ଫଳାଫଳ ମେ ୨

ପଞ୍ଚମ ପର୍ଯ୍ୟାୟରେ ୪୫ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୨୩, ମତଦାନ ଏପ୍ରିଲ ୧୭, ଫଳାଫଳ ମେ ୨

ଷଷ୍ଠ ପର୍ଯ୍ୟାୟରେ ୪୩ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୨୬, ମତଦାନ ଏପ୍ରିଲ ୨୨, ଫଳାଫଳ ମେ ୨

ସପ୍ତମ ପର୍ଯ୍ୟାୟରେ ୩୬ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୩୧, ମତଦାନ ଏପ୍ରିଲ ୨୬, ଫଳାଫଳ ମେ ୨

ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୩୧, ମତଦାନ ଏପ୍ରିଲ ୨୯, ଫଳାଫଳ ମେ ୨

ପଶ୍ଚିମବଙ୍ଗ  ବିଧାନସଭାର ୨୯୪ ଆସନରେ ଏଥର କଡା ଟକ୍କର ଦେଖିବାକୁ ମିଳିପାରେ। ଏଠାରେ ବିଜେପି ଓ ମମତା ବାନାର୍ଜୀଙ୍କ ନେତତୃତ୍ଵାଧୀନ ତୃଣମୂଳ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା  ହେବାକୁ ଯାଉଛି। ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ୨୧୧ ଆସନ ଜିତି ସରକାର ଗଠନ କରିଥିବା ବେଳେ ବିଜେପିକୁ ମାତ୍ର ୩ଟି ଆସନ ମିଳିଥିଲା। ୨୦୧୪ରେ କେବଳ ଦୁଇଟି ଲୋକସଭା ଆସନ ଜିତିଥିବା  ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ଦମଦାର ପ୍ରଦର୍ଶନ କରି ୪୨ ଲୋକସଭା ଆସନରୁ ୧୮ଟିରେ ବିଜୟୀ ହୋଇଛି। ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ଦୁଇ ଦଳର ନିର୍ବାଚନୀ ପ୍ରଚାର ଜୋର ଧରିଲାଣି।  ଏଥିସହ ନେତାଙ୍କ ଦଳ ଅଦଳ ମଧ୍ୟ ଜୋରଦାର ଚାଲିଛି। ଧିରେ ଧିରେ ରାଜ୍ୟରେ ବିଜେପି ନିଜକୁ ସୁଦୃଢ କରିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.