ଜୀବିକା ପାଇଁ ବନ୍ଧା ପଡିଛି ଜୀବନ: ସ୍ଥାନୀୟ ଅଞ୍ଚଳରେ ପଡୁଛି ବିଷାକ୍ତ ଗ୍ୟାସ୍‌ର ପ୍ରଭାବ

Published By : Prameya-News7 Bureau | May 11, 2020 IST

ମହାକାଳପଡା୧୧/୫: ନଦୀ ସେପଟେ ଜୀବିକା ଏବଂ ନଦୀ ଏପଟେ ଜୀବନ। ନଦୀ ସେପଟରେ ବଡ ବଡ କାରାଖାନା ରହିଛି। ଏହି ବଡ଼ ବଡ଼ କମ୍ପାନୀ ଜୀବିକାର ପନ୍ଥା ସତ ହେଲେ ନଦୀ ଏପଟେ ଜୀବନ ପ୍ରତି ମୁହୂର୍ତ୍ତରେ ରହିଛି ବିପଦ । ବନ୍ଦର ନଗରୀ ପାରାଦ୍ବୀପରେ ଗଢି ଉଠିଛି ଇପୋକ, ପି. ପି. ଏଲ , ସାରାକାରଖାନା , ଏସାର ଷ୍ଟିଲ କାରାଖାନା, କାର୍ବୋନ କାରାଖାନା ଭଳି ବଡ ବଡ କମ୍ପାନୀ ରହିଛି। ଏହି କମ୍ପାନୀରୁ ନିର୍ଗତ ହେଉଥିବା ଧଳା-ନାଲି ରଙ୍ଗର ବିଷାକ୍ତ ଗ୍ୟାସ ଏବଂ ତରଳ ପଦାର୍ଥ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅଞ୍ଚଳର ଗଛ-ଲତା ଏବଂ ନଦୀ ନାଳ ଉପରେ ପ୍ରଭାବ ପକାଉଛି।

ନିର୍ଗତ ହେଉଥିବା ଗ୍ୟାସ ଯୋଗୁଁ ଜନ ଜୀବନ ଏବଂ ଜଳବାୟୁ ପ୍ରଦୂଷଣ ହେଉଛି। ସେଥିଯୋଗୁଁ ସ୍ଥାନୀୟ ଲୋକେ ବିଭିନ୍ନ ରୋଗର ଶିକାର ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। କରୋନା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲା, ଜଗତସିଂହପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳ ମହାକାଳପଡା ବ୍ଲକର ବରଜ ବାହାକୁଦ ଘାଟକୁ ସିଲି କରିଛି ଜିଲ୍ଲା ପ୍ରଶାସନ। ଏପଟେ ଜୀବିକା ପାଇଁ ପାରାଦ୍ବୀପ ବନ୍ଦର ଉପରେ ନିର୍ଭର କରି ଚଳୁଥିବା  ଶହ ଶହ ସଂଖ୍ୟାରେ ଦିନ ମଜୁରିଆ ଶ୍ରମିକ, ଦୁଇ ମାସରୁ ଉର୍ଦ୍ଧ୍ବ ଦିନ ହେବ ଶ୍ରମିକମାନେ ହାତବାନ୍ଧି ଘରେ ବସିଛନ୍ତି।

ଏଭଳି ପରିସ୍ଥିତିରେ କାରଖାନା ଚାଲିଛି ନିର୍ଗତ ନାଲି ଧଳା ରଙ୍ଗର ବିଷାକ୍ତ ଗ୍ୟାସ ଓ ତରଳ ପଦାର୍ଥ ପାଇଁ ଅଣ ନିଃଶ୍ବାସୀ ହୋଇ ପଡିଛନ୍ତି ଅଞ୍ଚଳବାସୀ। ନିକଟରେ ବିଶାଖାପଟଣାରେ ଗ୍ୟାସ ଲିକ୍ ଘଟଣାରେ ୧୦ ଜଣଙ୍କ ପ୍ରାଣ ହାନି ଘଟିଥିଲା। ଏହାସହ ବହୁ ଲୋକ ଆକ୍ରାନ୍ତ ମଧ୍ୟ ହୋଇଥିଲେ। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମନରେ ଭୟ ସୃୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.