ଭଦ୍ରକରେ କାଳବୈଶାଖୀର ପ୍ରଭାବ

Published By : Prameya-News7 Bureau | June 01, 2020 IST

ଭଦ୍ରକ୧/୬: ଭଦ୍ରକରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଜୋରରେ ପବନ ବୋହିବା ସହ ଧୂଳି ଝଡ ହୋଇଥିଲା। ଏହା ଯୋଗୁଁ ବାଇକ ଓ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ପବନ ଯୋଗୁଁ ବନ୍ତ ଛକ ନିକଟରେ ଥିବା ଚିକେନ୍ ଦୋକାନର କେବିନ ଉଡିଯାଇଛି। ପବନ ସହ ଜୋରରେ ବର୍ଷା ହୋଇଛି । ଏହି କାଳବୈଶାଖୀ ପ୍ରଭାବରେ ରାସ୍ତା-ଘାଟ ଶୂନସାନ ହୋଇଯାଇଥିଲା। ରାସ୍ତାରେ ଯାତାୟାତ କରୁଥିବା ଲୋକେ ଦୋକାନମାନଙ୍କରେ ଆଶ୍ରୟ ନେଇଥିଲେ। କେତେକ ଫୁଟ୍‌ପାଥ୍ ଦୋକାନର ଛପର ଉଡ଼େଇ ନେଇଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.