Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଆକାଶରେ ଦେଖାଗଲା ବିରଳ ଦୃଶ୍ୟ: ପରସ୍ପରର ନିକଟତର ହେଲେ ପୃଥିବୀ ଓ ଶନି, ଜାଣନ୍ତୁ ପୁଣି କେବେ…

2/08/2021 at 5:14 PM

ନୂଆଦିଲ୍ଲୀ, ୦୨/୦୮ : ଆଜି ସକାଳ ପ୍ରାୟ ସାଢେ ୧୧ଟା ସମୟରେ ଆକାଶରେ ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ବର୍ଷ ପରେ ଶନି ଗ୍ରହ ପୃଥିବୀର ନିକଟତର ହୋଇଥିଲେ। ତେବେ ଏହି ଦୃଶ୍ୟ ସେହି ଦେଶରେ ଦେଖିବାକୁ ମିଳିଥିଲା ଯେଉଁଠାରେ ବର୍ତ୍ତମାନ ରାତି ହୋଇଛି। ତେବେ ଭାରତରେ ସକାଳ ହେତୁ ଏହି ଦୃଶ୍ୟ ଏଠାରେ ଦେଖିବାକୁ ମିଳି ନଥିଲା। ଶନି ଗ୍ରହ ମହାକାଶରେ ଘଣ୍ଟା ପ୍ରତି ୩୪ ହଜାର କିଲୋମିଟର ବେଗରେ ପୃଥିବୀର ୨୯.୫ ବର୍ଷରେ ସୂର୍ଯ୍ୟ ଚାରିପଟେ ଘୂରି ବୁଲନ୍ତି। ଏହି ସମୟରେ ପ୍ରତି ଏକ ବର୍ଷ ଓ ୧୩ ଦିନରେ ଶନି ଏବଂ ପୃଥିବୀ ପରସ୍ପରର ନିକଟତର ହୁଅନ୍ତି। ଗତ ବର୍ଷ ଏହି ଦୃଶ୍ୟ ଜୁଲାଇ ୨୦ ରେ ଦେଖାଯାଇଥିଲା। ପୁଣି ଏହା ଆସନ୍ତା ବର୍ଷ ଅଗଷ୍ଟ ୧୪ ରେ ପରସ୍ପରର ନିକଟତର ହେବେ।

ବୈଜ୍ଞାନିକଙ୍କ ମତରେ, ପୃଥିବୀଠାରୁ ଶନି ଗ୍ରହର ଦୂରତା ଲଗାତାର ପରିବର୍ତ୍ତନ ହୋଇଥାଏ। କାରଣ ଉଭୟ ଗ୍ରହ କ୍ରମାଗତ ଭାବରେ ମହାକାଶରେ ବିଭିନ୍ନ କକ୍ଷପଥରେ ଗତି କରନ୍ତି। ଯେତେବେଳେ ଏହି ଦୁଇଜଣ ନିକଟତର ହୁଅନ୍ତି, ସେମାନଙ୍କ ମଧ୍ୟରେ ଦୂରତା ଏକ ବିଲିୟନ କୋଡ଼ିଏ କୋଟି କିଲୋମିଟର ହୋଇଥାଏ । ଯାହା ପୃଥିବୀ ଏବଂ ସୂର୍ଯ୍ୟର ଦୂରତାଠାରୁ ଆଠ ଗୁଣ ଅଧିକ। ଏହି ପରିସ୍ଥିତି ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ଏହି ଦୁଇଟି ଗ୍ରହ ସୂର୍ଯ୍ୟର ସମାନ କକ୍ଷପଥରେ ପରସ୍ପର ମୁହାଁମୁହିଁ ହୋଇଥାନ୍ତି। ଯେତେବେଳେ ପୃଥିବୀ ଏବଂ ଶନି ସୂର୍ଯ୍ୟର ବିପରୀତ ଦିଗରେ ପହଞ୍ଚିଯାଆନ୍ତି ସେତେବେଳେ ପରସ୍ପର ଠାରୁ ସର୍ବାଧିକ ଦୂରତା ଏକ ବିଲିୟନ ୬୫ କୋଟି କିଲୋମିଟର ଦୂରତାରେ ରହିଥା’ନ୍ତି, ଯାହା ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଦୂରତାର ୧୧ ଗୁଣ।

ପୃଥିବୀ ୩୬୫ ଦିନରେ ସୂର୍ଯ୍ୟ ଚାରିପଟେ ଥରେ ବୁଲିଥାନ୍ତି। କିନ୍ତୁ ଶନି ଏହି ପ୍ରକ୍ରିୟା ଶେଷ କରିବାକୁ ୨୯.୫ ବର୍ଷ ସମୟ ଲାଗିଥାଏ। ଏହି ସମୟରେ ପ୍ରତ୍ୟେକ ବର୍ଷ ଓ ୧୩ ଦିନ ପରେ ଶନି ଏବଂ ପୃଥିବୀ ପରସ୍ପର ନିକଟତର ହୋଇଥାନ୍ତି। ଚଳିତ ବର୍ଷ ଅଗଷ୍ଟ ୨ ତାରିଖ ସକାଳ ସାଢେ ୧୧ଟା ସମୟରେ ଏହା ଘଟିଛି। ପୃଥିବୀରୁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଶନିଙ୍କ ରିଙ୍ଗ ଦେଖିବାକୁ ମିଳିଥିଲା। ଏହା ସହିତ ଚନ୍ଦ୍ର ମଧ୍ୟ ନଜର ଆସିଥିଲେ।

   Related Posts