Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିଶାରେ ପୁରା ଚୁର୍‌ ମଦୁଆ ଆମ୍ବୁଲାନ୍ସ ଡ୍ରାଇଭର: ହସ୍ପିଟାଲ କର୍ମଚାରୀଙ୍କୁ କଲେ ନାକେଦମ

17/05/2020 at 4:36 PM

ପାଟଣା୧୭/୫: ନିଶା ପୁରା ଚୁର୍‌ ଆମ୍ବୁଲାନ୍ସ ଡ୍ରାଇଭର। ଏଭଳି ସଂକଟଜନକ ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ମଦ ପିଇ ଉତ୍ପାତ କରିବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି। ଖାଲି ସେତିକି ନୁହେଁ ମେଡିକାଲ କର୍ମଚାରୀଙ୍କୁ ମଧ୍ୟ ମଦୁଆ ଆମ୍ବୁଲାନ୍ସ ଡ୍ରାଇଭର ନାକେଦମ କରିଥିଲେ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

ଘଟଣା ଅନୁଯାୟୀ, ଏକ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଜଣେ ରୋଗୀଙ୍କୁ କଟକରୁ ତୁରୁମୁଙ୍ଗା ଅଞ୍ଚଳରେ ଛାଡ଼ିଥିଲେ। ସେହି ରୋଗୀଙ୍କୁ ଛାଡ଼ି ଫେରିବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ମଦପିଇ ନିଶାରେ ପୂରା ଚୁର। ଏହାସହ ସ୍ଥାନୀୟ କିଛି ଲୋକଙ୍କୁ ଗାଳି ଗୁଲଜ କରିଥିଲେ।

ଏହି ଡ୍ରାଇଭର ନିଜେ ନିଜ ମୁଣ୍ଡକୁ ଛେଚି ରକ୍ତାତ କରି ଦେଇଥିଲେ। ପୋଲିସ୍ ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ତୁରୁମୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହା ପରେ ମଦୁଆ ଡ୍ରାଇଭର ଆରମ୍ଭ କରିଥିଲା ପାଲା। ହସ୍ପିଟାଲ କର୍ମଚାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ।ଗୁରୁତର ଡ୍ରାଇଭର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା  ମଙ୍ଗରାଜପୁର ଗ୍ରାମର ବିଜୟ ରାଉତ ବୋଲି ଜଣାପଡ଼ିଛି।

   Related Posts