Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଦ୍ରକର କଣ୍ଟେନମେଣ୍ଟ ଜୋନରେ ଉଡିଲା ଡ୍ରୋନ

29/04/2020 at 1:06 PM

ଭଦ୍ରକ ୨୯।୦୪ : କରୋନା ପଜିଟିଭିଙ୍କ ସଂଖ୍ୟା ୧୯ରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପୁରା ତତ୍ପରତା ଦେଖାଇଛି।
ଜିଲ୍ଲାରେ ୧୯ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଜିଲ୍ଲା ଏବେ ହଟସ୍ପଟ ଭାବେ ପରିଗଣିତ ହୋଇଛି । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ୨୧ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ୩୨ ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ ଭାବେ ଚିହ୍ନଟ କରି କୋଲକାତା ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି ।

ଆଜି ଠାରୁ ଜିଲ୍ଲାରେ ପ୍ରଥମ ଥର ପାଇଁ ଡ୍ରୋନ ମାଧ୍ୟମରେ ସର୍ଭେଲାନ୍ସ କାମ ଆରମ୍ଭ ହୋଇଛି। ଆଜି ପ୍ରଥମ ଭାବେ ଭଣ୍ଡାରୀପୋଖରୀର ତେସିଙ୍ଗା ପଞ୍ଚାୟତ ଏହି କାମ ଆରମ୍ଭ ହୋଇଛି। ଏହି ଵ୍ଲକ ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଉପସ୍ଥିତିରେ ଏହି ସର୍ଭେଲାନ୍ସ କାମ ଆରମ୍ଭ ହୋଇଛି। ପରେ ପରେ ଅନ୍ୟ କଣ୍ଟେନମେଣ୍ଟ ଜୋନ ମାନଙ୍କରେ ଡ୍ରୋନ ଵ୍ୟଵହାର କରାଯିବ।

   Related Posts