ଅମାନିଆ ଚାଳକ ସାବଧାନ ! ଦୁର୍ଘଟଣାରେ ଦୋଷୀ ଡ୍ରାଇଭରଙ୍କ ରଦ୍ଦ ହେବ ଲାଇସେନ୍ସ

Published By : Prameya-News7 Bureau | February 25, 2021 IST

ପାଟନା ୨୫/୦୨ : ଏଣିକି ଦୁର୍ଘଟଣାରେ ଘଟାଉଥିବା ଡ୍ରାଇଭରଙ୍କୁ ତ୍ରାହି ନାହିଁ । ଦୁର୍ଘଟଣା ପରେ ଯଦି ସଂପୃକ୍ତ ଗାଡିର ଡ୍ରାଇଭର ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କର ଲାଇସେନ୍ସ୍ ରଦ୍ଦ ହୋଇଯିବ । ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବିହାର ସରକାର । ରାଜ୍ୟରେ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ଏଭଳି ନିୟମ କରାଯାଇଛି । ବିହାର ପରିବହନ ମନ୍ତ୍ରୀ ଶୀଲା ମଣ୍ଡଳ ଏବଂ ପରିବହନ ସଚିବ ସଞ୍ଜୟ କୁମାର ଅଗ୍ରଓ୍ବାଲ ସମସ୍ତ ଜିଲ୍ଲାର ପରିବହନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଏହି ବୈଠକରେ, ସଡକ ଦୁର୍ଘଟଣାକୁ ରୋକିବା ଦିଗରେ ପଦକ୍ଷେପ ସ୍ବରୂପ ଦୁର୍ଘଟଣାରେ ଡ୍ରାଇଭର ଦୋଷୀ ସାବ୍ୟସ୍ତ ହେଲେ ଚାଳକଙ୍କ ଲାଇସେନ୍ସ୍‌ ଏବଂ ଗାଡିର ପଞ୍ଜିକରଣ ରଦ୍ଦ ହେବ । ଏହା ବାଦ ଅଟୋ ଏବଂ ବସ୍‌ କିମ୍ବା ମାଲବାହୀ ଗାଡିଗୁଡିକରେ ଓଭର ଲୋଡିଂକୁ ଲଗାମ ଲଗାଇବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ ।

ବିହାର ପରିବହନ ମନ୍ତ୍ରୀ ଶୀଲା ମଣ୍ଡଳ ବିହାରବାସୀଙ୍କୁ ଅପିଲ କରି କହିଛନ୍ତି ଯେ, ସଡକ ସୁରକ୍ଷା ନିୟମକୁ ପାଳନ କରନ୍ତୁ ଯାହା ଫଳରେ ଦୁର୍ଘଟଣାକୁ ବହୁମାତ୍ରାରେ ରୋକାଯାଇପାରିବ । ଏହା ସହିତ ଗାଡି ଚାଳକଙ୍କୁ, ଟ୍ରାଫିକ୍‌ ନିୟମ କଡାକଡି ପାଳନ କରିବା ଏବଂ ସଚେତନ ହେବାକୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.