ରାସ୍ତାରେ ଛେପ ପକାଇବାରୁ ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା
12/06/2020 at 6:37 AM

ନୂଆଦିଲ୍ଳୀ୧୨/୬: ରାସ୍ତାରେ ଛେପା ପକାଇବାରୁ ଜଣେ ଡ୍ରାଇଭରଙ୍କୁ ପିଟିପିଟି ମାରି ଦେଲେ। ତାଙ୍କର ଦୋଷ ହେଉଛି ସେ ରସ୍ତାରେ ଛେପ ପକାଇଥିଲେ। ସହିଦ ଭଗତ ସିଂହ କଂମ୍ଲସ ନିକଟରେ ଅଭିଯୁକ୍ତ ଇଞ୍ଜିନିୟର ଏବଂ ଡ୍ରାଇଭର ଉଭୟ ଛିଡ଼ା ହୋଇଥିଲେ। ଡ୍ରାଇଭର ଅଙ୍କିତ ଯେତେବେଳେ ଛେପ ପକାଇଲେ ଇଞ୍ଜିନିୟର ପ୍ରବୀଣ ତାଙ୍କୁ ଏମିତି ନ କରିବା ପାଇଁ କହିଥିଲେ। କରୋନା ସମୟରେ ସର୍ବଧାରଣରେ ସ୍ଥାନ ଛେପ ପକାଇବା ଦଣ୍ଡନୀୟ ଅପରାଧ ବୋଲି ସେ କହିଥିଲେ। ଏହାପରେ ୨ ଜଣଙ୍କ ମଧ୍ୟରେ ଜୋରରେ ବଚସା ହୋଇଥିଲା। ରାଗରେ ଇଞ୍ଜିନିୟର ଜଣଙ୍କ ଡ୍ରାଇଭରଙ୍କୁ ପିଟିପିଟି ରକ୍ତାକ୍ତ କରି ଦେଇଥିଲେ।
ଏହି ଘଟଣା ସଂପର୍କରେ ପୋଲିସ୍ ଖବର ପାଇ ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀ ଅବସ୍ଥାରେ ଡ୍ରାଇଭର ଅଙ୍କିତଙ୍କ ମୃତ୍ୟୁ ହୋଇଥିବା ପୋଲିସ୍ ସୂଚନା ଦେଇଛି। ଏହାସହ ଅଭିଯୁକ୍ତ ଇଞ୍ଜିନିୟର ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ପୋଲିସ୍ ତାଙ୍କ ନାଁରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରିଛି।