Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ରବିବାର ଧକ୍କା ମାରିଥିଲେ, ଆଜି ଗିରଫ ହୋଇ କୋର୍ଟ ଚାଲାଣ ହେଲେ ଅଟୋ ଚାଳକ

25/11/2020 at 10:34 PM

ସାନ ଖେମୁଣ୍ଡି,୨୫।୧୧:  ଦିଗପହଣ୍ଡି ପୁଲିସ ବୁଧବାର କେ. ନୂଆଗାଁ ଥାନା ଲାଲମେଣ୍ଟା ଲକ୍ଷ୍ମୀନାରାୟଣପୁର ଗ୍ରାମର ଅଟୋ ଚାଳକ ଏଲ. ପାଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ରବିବାର ଅଭିଯୁକ୍ତଙ୍କ ଓଟୋରେ କଇଠଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିଜନଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଅଟୋ ଚାଳକଙ୍କୁ ଗିରଫ କରିଥିଲା।

ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ପଦ୍ମନାଭପୁର ଗ୍ରାମ ଉଜ୍ଜଳେଶ୍ବର ରାଇସ୍ ମିଲ ନିକଟରେ ରବିବାର ମଧ୍ୟାହ୍ନରେ ଡାଲାଅଟୋ ଧକ୍କାରେ କଇଠଡା ଗ୍ରାମର ବାଇକ ଚାଳକ ଏସ. ଧର୍ମେନ୍ଦ୍ର ରେଡ୍ଡୀଙ୍କ ମୃତ୍ୟୁ ଘଟିଥିଲା। ବାଇକ ପଛରେ ବସିଥିବା ତାଙ୍କ ସମ୍ପର୍କୀୟ କୁନ୍ଦନ ରେଡ୍ଡୀ ଗୁରୁତର ଆହାତ ହୋଇଥିଲେ। ଏନେଇ ଧର୍ମେନ୍ଦ୍ର ଙ୍କ ବାପା ଏସ. ବାରିକ ରେଡ୍ଡୀଙ୍କ ଏତଲା କ୍ରମେ ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ମାମଲା ନଂ. ୨୭୯/୨୦ ଦଫା – ୩୩୭/୩୩୮/୩୦୪(କ) ଆଇ ପି ସି ଅନୁଯାୟୀ  ମକଦ୍ଦମା ରୁଜୁ କରିଥିଲେ। ଅଟୋ ଚାଳକଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେଇଥିଲେ। ଅଭିଯୁକ୍ତ ଅଟୋ ଚାଳକଙ୍କ କୋଭିଡ ପରୀକ୍ଷା ରିପୋର୍ଟ ଆସିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।   

   Related Posts