Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଟ୍ରକ ଡାଲାରେ ୧୧ କେଭିର ବିଦ୍ୟୁତ ତାର ଲାଗି ଡ୍ରାଇଭରଙ୍କ ମୃତ୍ୟୁ

26/05/2020 at 3:29 PM

ସୋର୨୬/୫:  ଟ୍ରକ ଡାଲା​‌ରେ ୧୧ କେଭିର ବିଦ୍ୟୁତ ତାର ଲାଗି ଡ୍ରାଇଭରଙ୍କ ମୃତ୍ୟୁ।ସିମେଣ୍ଟ୍ ଅନଲୋଡ କରିବା ବେଳେ ୧୧ କେଭି ତାର ଲାଗିଥିଲା। ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ  ମୃତ୍ୟୁ ଘଟିଛି। ସୂଚନା ମୁତାବକ ଭଦ୍ରକରୁ ସୋର ଥାନା ଅନ୍ତର୍ଗତ ନଦିଗାଁ ବଜାରକୁ  ଏକ ସିମେଣ୍ଟ୍ ବୋଝେଇ ଟ୍ରକ ଆସିଥିଲା। ଏହି ଟ୍ରକ ଅନଲୋଡ କରୁଥିବା ବେଳେ ରାସ୍ତାରେ ଝୁଲିଥିବା ୧୧ କେଭିର ବିଦ୍ୟୁତ ତାର ଟ୍ରକ ଡାଲାରେ ଲାଗି ଯାଇଥିଲା। ଫଳରେ ଘଟଣାସ୍ଥଳରେ  ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାପରେ କାଳେ ବଞ୍ଚିଥାଇ ପରେ ଭାବି ସ୍ଥାନୀୟ ଲୋକ ତାଙ୍କୁ ସୋର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହା ପରେ ସୋର ପୁଲିସ୍ ଡ୍ରାଇଭରଙ୍କ  ମୃତଦେହ ଜବତ କରି ଶବ ବ୍ୟବଛେଦ ଲାଗି ପଠାଇଛି । ତେବେ ଏହି ମୃତ ଡ୍ରାଇଭର୍ ଭଦ୍ରକ ଚରମ୍ପା ଅଞ୍ଚଳର ରାଜକିଶୋର ପରିଡା ବୋଲି ଜଣାପଡିଛି ।

   Related Posts