ଚଳନ୍ତା ରୋଲରର ଚକ ତଳେ ଆତ୍ମହତ୍ୟା କଲେ ଡ୍ରାଇଭର, ସିସିଟିଭିରେ ସୁଇସାଇଡ୍‌ର ଲାଇଭ ଦୃଶ୍ୟ

Published By : Prameya-News7 Bureau | October 29, 2021 IST

ଭୁବନେଶ୍ଵର ୨୯।୧୦: ରୋଲର ଆଗରେ ପଡି ଚାଳକଙ୍କ ସନ୍ଦେହଜନକ ମୃତ୍ୟ । ହେଲେ ଗାଡି ଷ୍ଟାର୍ଟ କରି ଚକ ଆଗରେ ମୁଣ୍ଡ ରଖି ଆତ୍ମହତ୍ୟା କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଭରତପୁରର ଦୁର୍ଗାମାଧବ ନଗରରେ ଘଟିଛି ଅଭାବନୀୟ ଘଟଣା । ରାସ୍ତା କାମ ଚାଲୁଥିବାବେଳେ ରୋଲର ଚାଳକ ଜଣଙ୍କ ହଠାତ ଗାଡିରୁ ଓହ୍ଲାଇ ରୋଲର ତଳେ ମୁଣ୍ଡ ରଖି  ଆତ୍ମହତ୍ୟା କରିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

{"id":535398,"width":833,"height":448,"sizeSlug":"full","linkDestination":"none"}

ହେଲେ ଚାଳକ ଜଣଙ୍କର ମୃତ୍ୟୁ କିଭଳି ହେଲା ସେ ନେଇ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଂଚି ଶବକୁ ଉଦ୍ଧାର କେଇ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ସେଠାକାର ଘରମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ପୋଲିସ ଯାଞ୍ଚ କରୁଛି । ସେପଟେ ଏହି ମୃତ୍ୟୁ ଏକ ସନ୍ଦେହଜନକ ହୋଇଥିବାରୁ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତି ଜନଙ୍କ ସୁନଖେଳା ଅଂଚଳର ବୋଲି ଜଣାପଡିଛି ।

{"id":535399,"width":830,"height":471,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.