ମହିଳା ରୋଗୀଙ୍କ ପାଇଁ ଡାକ୍ତର ଏମିତି ପ୍ରେସକ୍ରିପସନ ଲେଖିଲେ ଯେ, ବିଧାନସଭା ହେଲା ହୁଲୁସ୍ତୁଲୁ

Published By : Prameya-News7 Bureau | July 27, 2019 IST

ଝାଡ଼ଖଣ୍ଡ୨୭|୭: ଝାଡ଼ଖଣ୍ଡ ବିଧାନସଭାରେ ଏକ ଅଦ୍ଭୁତ ଘଟଣାକୁ ନେଇ ହୁଲୁସ୍ତୁଲୁ ହୋଇଛି ।  ବିଧାୟକମାନେ ଜଣେ ମହିଲା ରୋଗୀଙ୍କ ପ୍ରେସକ୍ରିପସନକୁ ନେଇ ହଙ୍ଗାମା କରିଛନ୍ତି ।  କାର୍ଯ୍ୟାନୁଷ୍ଠାନ ଦାବି କରି ବିଧାନସଭାକୁ ଅଚଳ କରିଛନ୍ତି।

ସୂଚନା ଅନୁସାରେ ଜଣେ ମହିଳାଙ୍କ ପେଟ ଯନ୍ତ୍ରଣା ହେଉଥିବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ପରୀକ୍ଷା କରିବାପରେ ପେଟ ଯନ୍ତ୍ରଣା ମେଡିସିନ୍ ଦେବା ବଦଳରେ ପ୍ରେସକ୍ରିପସନରେ କଣ୍ଡୋମ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ କୁନାଲ ଷଡ଼ଙ୍ଗୀ ସଂପୃକ୍ତ ଡ଼ାକ୍ତରଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଲାଗି ବିଧାନସଭାରେ ଦାବି କରିଛନ୍ତି।

ଘଟଣାନୁଯାୟୀ, ଘାଟଶିଲାର ସରକାରୀ ଉପଖଣ୍ଡ ହସ୍ପିଟାଲର ଡାକ୍ତର ଆଶ୍ରାଫ୍ ବଦର ଜଣେ ମହିଳା ରୋଗୀଙ୍କ ପ୍ରେସକ୍ରିପସନରେ ପେଟ ଯନ୍ତ୍ରଣା ମେଡିସିନ ବଦଳରେ କଣ୍ଡୋମ ବ୍ୟବହାର କରିବାକୁ ଲେଖିଦେଇଥିଲେ। ଯାହାକୁ ନେଇ ଝାରଖଣ୍ଡ ବିଧାନସଭାରେ ହୋହା୍ଲ୍ଲା ହୋଇଥିଲା। ଜେଏମଏମ ବିଧାୟକ କୁନାଲ ଷଡ଼ଙ୍ଗୀ ଏହି ଘଟଣା ଉପରେ ସରକାର ଗୁରୁତ୍ବଦେବା ଉଚିତ ବୋଲି ସେ କହିଛନ୍ତି।

ପ୍ରେସକ୍ରିପସନରେ କଣ୍ଡୋମ ବ୍ୟବହାର ପାଇଁ ରହିଥିବା ପରାମର୍ଶ ମହିଳା ରୋଗୀ ବୁଝି ପାରିନଥିଲେ । ମହିଳା ରୋଗୀ ମେଡିସିନ ଷ୍ଟୋରରେ ପ୍ରେସକ୍ରିପସନ ଦେଖାଇବାରୁ ତାଙ୍କୁ ଦୋକାନୀ କଣ୍ଡୋମ ଦେଇଥିଲେ। ଏହି ଘଟଣା ପରେ ମହିଳା ଜଣଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରସ୍ବାମୀଙ୍କୁ ଭେଟି ଡାକ୍ତରଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.