Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦ୍ୱିତୀୟ ଲହରର କରୁଣ ଚିତ୍ର : ହସ୍ପିଟାଲରେ ବେଡ୍ ନାହିଁ, ଫୁଟ୍ ପାଥ୍‌ରେ ଶୋଇଛନ୍ତି କରୋନା ସଂକ୍ରମିତ
  • ||
  • ରାଉରକେଲା : ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ପଠାଗଲା ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଯାଜପୁର : ଅକ୍ସିଜେନ୍ ସଙ୍କଟ, ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଅନୁଗୋଳ : ଅନୁଗୋଳ ଜିଲ୍ଲାର ୨ଟି ମ୍ୟୁନିସିପାଲଟି ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ନବମିଶ୍ର କଲୋନୀ
  • ||
  • କଳାହାଣ୍ଡି : ପୋଲିସ ରିଜର୍ଭ ଅଫିସରେ ସର୍ଜନ ଓ OAPF ଯବାନଙ୍କ ମଧ୍ୟରେ ମାଡ ଘଟଣା, ଉଭୟଙ୍କୁ ନିଲମ୍ବିତ କଲେ ଏସପି
  • ||
  • କଳାହାଣ୍ଡି : ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ, ଟ୍ରକ୍‌ରୁ ୫ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ
  • ||
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||

ଏହି ଡାକ୍ତରାଣୀଙ୍କ ପାଇଁ ଦକ୍ଷିଣ କୋରିଆରେ ହାର ମାନିଛି କରୋନା, ସଂକ୍ରମିତଙ୍କ ସଂଖ୍ୟାରେ ଲାଗିଛି ବ୍ରେକ୍‌

25/03/2020 at 12:03 PM

କୋରିଆ, ୨୫| ୦୩: ଚୀନ ଭଳି ଦକ୍ଷିଣ କୋରିଆରେ ମଧ୍ୟ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ସେଠାରେ ପ୍ରଥମ ପଜିଟିଭ ମାମଲା ଫେବ୍ରୁଆରୀ ୪ ତାରିଖରେ ସାମ୍ନାକୁ ଆସିଥିଲା । ଏହାର ୧୦ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢି ଚାଲିଥିଲା । ଚୀନ ପରେ ଏହି ଭାଇରସ ଏଠାରେ ହିଁ ସବୁଠାରୁ ଅଧିକ ହାହାକାର ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି । ତେବେ ଡାକ୍ତର ଜେୟାଙ୍ଗ କିଓଙ୍ଗ ଏହି ମାରାତ୍ମକ ଭାଇରସ ବିରୋଧରେ ଲଢେଇ ଜାରି ରଖିଛନ୍ତି । ସେ ନିଜ ଋଣନୀତି ଦ୍ୱାରା ଦେଶକୁ କରୋନା କବଳରୁ ମୁକ୍ତ କରିବାରେ ଲାଗିଛନ୍ତି । ଫଳରେ ଦିନକୁ ଦିନ ଏଠାରେ ସଂକ୍ରମିତ ହାର କମିବାରେ ଲାଗିଛି ।

ଗତ ୫୦ ଦିନରେ ଦକ୍ଷିଣ କୋରିଆରେ ସଂକ୍ରମିତଙ୍କ ସଂଖ୍ୟା ୯,୦୩୭ରେ ପହଁଚିଛି । ଏଥିରେ ୧୨୦ଜଣଙ୍କ ମୃତ୍ୟୁ ଘଟିଛି । ଏଠାରେ ଏକ ଧାର୍ମିକ ଉତ୍ସବ ବେଳେ ଏହି ଭାଇରସ ବ୍ୟାପିଥିବା କୁହାଯାଉଛି । ତେବେ ଡାକ୍ତର କିଓଙ୍ଗ ଏହି ଆୟୋଜନରେ ସାମିଲ ଥିବା ପ୍ରାୟ ୨.୧୨ ଲକ୍ଷ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର ଯାଂଚ ମଧ୍ୟ କରିଥିଲେ । ଏହି ସମସ୍ତଙ୍କ ମେଡିକାଲ ଟେଷ୍ଟ ହୋଇଥିଲା ।

କିଓଙ୍ଗଙ୍କ ରଣନୀତିରେ ଫେବ୍ରୁଆରୀ ୨୭ ସୁଦ୍ଧା ୪ଟି କମ୍ପାନୀ ଟେଷ୍ଟି କିଟ୍ ପ୍ରସ୍ତୁତ କରୁଥିଲେ । ଏବେ ଦୈନିକ ୨୦ ହଜାର ଲୋକଙ୍କ କରୋନା ଟେଷ୍ଟ୍ କରାଯାଉଛି । ଏଠାରେ ଟେଲିଫୋନ୍ ବୁଥ ଆକାରର ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏହି ରଣନୀତି ପରେ କିଓଙ୍ଗଙ୍କୁ ସେଣ୍ଟର ଫର୍ ଡିଜିଜ୍ ଆଣ୍ଡ ପବ୍ଲିକ କଣ୍ଟ୍ରୋଲର ନିର୍ଦ୍ଦେଶକ ଦାୟିତ୍‌ବ ପ୍ରଦାନ କରାଯାଇଛି ।

ସିଡିସିର ପୂର୍ବତନ ନିର୍ଦ୍ଦେଶକଙ୍କ କହିବାନୁସାରେ, କିଓଙ୍ଗଙ୍କଠାରୁ ଆଉ କେହି ଭଲ କାମ କରିପାରିବେ ନାହିଁ । ତାଙ୍କ ପାଖରେ ଅନେକ ଅନୁଭବ ରହିଛି । ସେ ଏହି ଅନୁଷ୍ଠାନର ପ୍ରଥମ ମହିଳା ନିର୍ଦ୍ଦେଶକ ।

ଦକ୍ଷିଣ କୋରିଆରେ କୌଣସି ଲକଡାଉନ୍ କରାଯାଇ ନାହିଁ । ସମସ୍ତ କାର‌୍ୟ୍ୟାଳୟ ଖୋଲା ରହିଛି । ଏପ୍ରିଲ ୧ରୁ ସ୍କୁଲଗୁଡ଼ିକ ମଧ୍ୟ ଖୋଲିବ । ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ, ସିଡିସି ଅଧିକରୁ ଅଧିକ ଲୋକଙ୍କୁ ପରୀକ୍ଷା କରିବା ଉପରେ ଧ୍ୟାନ ଦେଉଛି ।

   Related Posts